www.samajalive.in
Sunday, December 14, 2025
16.1 C
Bhubaneswar

ମହିଳା ବିଜେଡି ପକ୍ଷରୁ ଖୋ-ଖୋ ଖେଳାଳିଙ୍କୁ ସମ୍ବର୍ଦ୍ଧନା

ଆଠଗଡ : ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଖୋ-ଖୋ ଖେଳରେ ରୌପ୍ୟ ପଦକ ହାସଲ କରିଥିବା ଆଠଗଡର ଖୋ-ଖୋ ଖେଳାଳି ଟି. ଜଗନ୍ନାଥ ଦାସଙ୍କୁ ସଂପ୍ରତି ଗୁଜୁରାଟ ରାଜ୍ୟ ଖୋ-ଖୋ ଦଳ ୩ ଲକ୍ଷ ଟଙ୍କା ଚୁକ୍ତିନାମାରେ ନିଜ ଦଳରେ ସାମିଲ କରିଥିବାରୁ ଆଠଗଡ ବିଜୁ ମହିଳା ଜନତା ଦଳ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କ୍ରିକେଟର ଆଇପିଏଲ ଭଳି ଖୋ-ଖୋ ଅଲ୍‍ଟିମେଟ୍‍ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥାଏ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବିଭିନ୍ନ ରାଜ୍ୟର ଖୋ-ଖୋ ଦଳ ମନୋନୟନ କରାଯିବା ବେଳେ ନିଲାମ ଭଳି ଆଠଗଡର ଖୋ-ଖୋ ଖେଳାଳି ଟି ଜଗନ୍ନାଥ ଦାସଙ୍କୁ ଗୁଜୁରାଟ ଦଳ ଏହି ଖୋ-ଖୋ ଅଲ୍‍ଟିମେଟ୍‍ ପାଇଁ ୩ଲକ୍ଷ ଟଙ୍କାରେ କ୍ରୟ କରି ଚୁକ୍ତିନାମା କରିଛନ୍ତି । ଏହି ବିରଳ କୃତିତ୍ୱ ପାଇଁ ଆଠଗଡ ନଗର ମହିଳା ବିଜେଡି ସଭାନେତ୍ରୀ ରଞ୍ଜିତା ଭକ୍ତାଙ୍କ ସମେତ ଦଳୀୟ ନେତ୍ରୀବୃନ୍ଦ ୧୮ନଂ ୱାର୍ଡସ୍ଥିତ ଜଗନ୍ନାଥଙ୍କ ଘରକୁ ଯାଇ ତାଙ୍କୁ ଓ ତାଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜଣାଇଥିଲେ। ଏଥିରେ ୬ନଂ ୱାର୍ଡର ମହିଳା ବିଜେଡି ସଭାନେତ୍ରୀ ପ୍ରଣିତା ସାମନ୍ତ, ୧୮ନଂର ସଜନି ପୃଷ୍ଟି, ସାବିତ୍ରୀ ଦାସ, ୫ନଂ ୱାର୍ଡର ସଭାନେତ୍ରୀ ଦୀପାଳି ପଟ୍ଟନାୟକ ଓ ଶ୍ରାବଣୀ ଜେନାଙ୍କ ସମେତ ଅନ୍ୟ ନେତ୍ରୀ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories