ଜେଡ୍ ବ୍ଲାକ୍ର ସିଆନ୍ ଧୂପକାଠି ଓ ଦୀପ ସିରିଜ୍ ଓଡିଆର ଫ୍ଲାଗସିପ୍ ରେଞ୍ଜ୍ର ଉନ୍ମୋଚନ କଲେ ଓଲିଉଡ୍ ସୁପରଷ୍ଟାର ବର୍ଷା ପ୍ରିୟଦର୍ଶିନୀ -୬ଟି ମହାଦେଶରେ ଏହାର ସୁଗନ୍ଧକୁ ପରିବ୍ୟାପ୍ତ କରିପାରିଛି କମ୍ପାନୀ
ଭୁବନେଶ୍ୱର -ଜେଡ୍ ବ୍ଲାକ୍ ଏହାର ଉତ୍ତମ ଉତ୍ପାଦ ଏବଂ ବହୁ ସମୟ ଧରି ଦେଉଥିବା ସୁଗନ୍ଧ ଏବଂ ମନମୁଗ୍ଧକର ବାସ୍ନା ପାଇଁ ଲୋକପ୍ରିୟ । ଏହା ଭାରତର ଅଗ୍ରଣୀ ଧୂପକାଠି ନିର୍ମାତା ମହୀଶୂର ଦୀପ୍ ଫର୍ଫ୍ୟୁମେରୀ ହାଉସ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ । ରବିବାରରେ ପବିତ୍ର ସହର ପୁରୀରେ ଜେଡ୍ ବ୍ଲାକ୍ର ନୂତନ ଉତ୍ପାଦ ସିଆନ୍ ଧୂପକାଠି ଓ ଦୀପ ସିରିଜ୍ ଓଡିଆର ରେଞ୍ଜ୍ର ଉନ୍ମୋଚନ କରାଯାଇଛି । ଓଲିଉଡ୍ ସୁପରଷ୍ଟାର ବର୍ଷା ପ୍ରିୟଦର୍ଶିନୀ ମହୀଶୂର ଦୀପ୍ ଫର୍ଫ୍ୟୁମେରୀ ହାଉସ୍ର ନିର୍ଦେଶକ ଅଂଶୁଲ୍ ଅଗ୍ରଓ୍ୱାଲ ଏବଂ ଓବରୟ ଆଇବିସିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଆନନ୍ଦ ଓବରୟଙ୍କ ଉପସ୍ଥିତିରେ ଜେଡ୍ ବ୍ଲାକ୍ର ସିଆନ୍ ଧୂପକାଠି ଓ ଦୀପ ସିରିଜ୍ ଓଡିଆର ରେଞ୍ଜ୍ର ଧୂପକାଠିକୁ ଲଞ୍ଚ୍ କରାଯାଇଛି ।
ଦେଶର ଅଗ୍ରଣୀ ଧୂପକାଠି ନିର୍ମାତା ଜେଡ୍ ବ୍ଲାକ୍ । ଏହାର ସମ୍ପ୍ରସାରଣ ରଣନୀତି ବିତରଣ ନେଟଓ୍ୱାର୍କକୁ ଅଧିକ ବିସ୍ତାରିତ କରିବା ଏବଂ ଚଳିତ ଆର୍ଥିକ ବର୍ଷରେ ଅଧିକ ଉତ୍ପାଦନ ପାଇଁ ନିଜର କ୍ଷମତାକୁ ବୃଦ୍ଧି କରିଛି । ଏହା ଉତ୍ପାଦନ କ୍ଷମତାକୁ ୨ ଗୁଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବା ସହ ପୁଞ୍ଜି ନିବେଶ କରିଛି । ମହୀଶୂର ଦୀପ୍ ଫର୍ଫ୍ୟୁମେରୀ ହାଉସ୍ ୩୫୦୦ରୁ ଅଧିକ ଗ୍ରାମାଞ୍ଚଳରେ ନିଯୁକ୍ତି ପ୍ରଦାନ କରିଛି । ଏହା ଘରେ ଘରେ ସୁଗନ୍ଧ ବିସ୍ତାରିତ କରିବା ସହ ସହ ଅନେକଙ୍କ ଜୀବନରେ ଖୁସୀ ଆଣି ଦେଇଛି । କମ୍ପାନୀର ୮୦ ପ୍ରତିଶତ କର୍ମଚାରୀ ହେଉଛନ୍ତି ମହିଳା । ବିଦେଶର ୬୫ଟି ଦେଶକୁ ଏହି ଧୂପକାଠି ରପ୍ତାନୀ କରାଯାଉଛି । ମେକ୍ ଇନ୍ଇଣ୍ଡିଆର ଏକ ବାର୍ତ୍ତାବହ ହୋଇପାରିଛି ।
ନୂଆକରି ଲଞ୍ଚ କରାଯାଇଥିବା ସିଆନ୍ ଧୂପକାଠି ୫ଟି ଆକର୍ଷଣୀୟ ମନମୁଗ୍ଧକର ସୁଗନ୍ଧରେ ଉପଲବ୍ଧ ହେବା । ଏହା ଇଭୋରି, ମାରାଇନ୍ , ମ୍ୟାରିଗୋଲ୍ଡ, ରୋଜ୍ ଏବଂ ଲାଭେଣ୍ଡରର ପ୍ରକରଣରେ ବଜାରରେ ଉପଲବ୍ଧ ହେବ । ସିଆନ୍ ଏକ ପାରମ୍ପରିକ ଗାଏଲିକ୍ । ଏହା ପ୍ରାଚୀନ ଆଇରିଶ୍ ଶଦ୍ଦରୁ ଆସିଛି । ଧୂପକାଠି ଆମ ସଂସ୍କୃତି ପରମ୍ପରା ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ଜେଡ୍ ବ୍ଲାକ୍ ଏହାର ଉତ୍ତମ ଉତ୍ପାଦ ଏବଂ ବହୁ ସମୟ ଧରି ଦେଉଥିବା ସୁଗନ୍ଧ ଏବଂ ମନମୁଗ୍ଧକର ବାସ୍ନା ପାଇଁ ଲୋକପ୍ରିୟ ।
ଏହାର ଉନ୍ମୋଚନ ଅବସରରେ ମହୀଶୂର ଦୀପ୍ ଫର୍ଫ୍ୟୁମେରୀ ହାଉସ୍ର ନିର୍ଦେଶକ ଅଂଶୁଲ ଅଗ୍ରଓ୍ୱାଲ, ଛ ହଜାର ବର୍ଷରୁ ଅଧିକ ସମୟ ପୂର୍ବରୁ ଧୂପକାଠିର ପ୍ରଚଳନ ଥିବା କଥା କହିଛନ୍ତି । ଏହା ମନୁଷ୍ୟ ଦ୍ୱାରା ବହୁଳ ଭାବେ ବ୍ୟବହାର କରାଯାଉଥିବା ଅନ୍ୟତମ ପ୍ରଥମ ସୁଗନ୍ଧିତ ଦ୍ରବ୍ୟ । ଜଗନ୍ନାଥ ଧାମ ତଥା ପବିତ୍ର ସହର ପୁରୀରେ ଏହାର ନୂଆ ଉତ୍ପାଦ ଉନ୍ମୋଚନ କରି ବେଶ୍ ଆନନ୍ଦ ଅନୁଭବ କରୁଥିବା କଥା ସେ କହିଛନ୍ତି । ଏହା ଏକ ପ୍ରାଚୀନ ସହର, ହିନ୍ଦୁମାନଙ୍କର ତଥା ଦେଶର ସଂସ୍କୃତି ପରମ୍ପରା ଅନନ୍ୟ ନିଦର୍ଶନର ସହର । ଏହି ଧାମ ପବିତ୍ର ଧାମ । ନୀଳକନ୍ଦରରେ ବିଜେ କରିଛନ୍ତି ନୀଳମାଧବ , ପ୍ରଭୁ ଶ୍ରୀ ଜଗନ୍ନାଥ । ମହୋଦଧୀ ସଦା ସର୍ବଦା ଏହି ପବିତ୍ର ତୀର୍ଥର ପଦଧୌତ କରିଥାଏ । ଏହି କ୍ଷେତ୍ରରେ ମହାତ୍ମ୍ୟ ଅନନ୍ୟ । ଏପରି ପବିତ୍ର କ୍ଷେତ୍ରରେ ଜେଡ୍ ବ୍ଲାକ୍ ତଥା ମହୀଶୂର ଦୀପ୍ ଫର୍ଫ୍ୟୁମେରୀ ହାଉସ୍ ନିଜର ନୂତନ ଉତ୍ପାଦ ଉନ୍ମୋଚନ କରି ଅତ୍ୟନ୍ତ ଆନନ୍ଦିତ ବୋଲି ଏହାର ନିର୍ଦେଶର ଅଂଶୁଲ ଅଗ୍ରଓ୍ୱାଲ କହିଛନ୍ତି । ସିଆନ୍ ରେଞ୍ଜ୍ ନୂତନ ତଥା ସୁନ୍ଦର ଡିଜାଇନ୍ ପ୍ୟାକେଜିଂରେ ଉପଲବ୍ଧ ହେବ ।
ଓଡିଶା ବଜାରରେ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ବର୍ଷ ଧରି ଜେଡ୍ ବ୍ଲାକ୍ ପ୍ରବେଶ କରିଛି । ରାଜ୍ୟବାସୀ ଏହାର ଥ୍ରୀ ଇନ୍ ଓ୍ୱାନ ଧୂପକାଠି ସହ ମନ୍ଥନ, ପାଇନାଆପଲ୍ ଏୂବଂ ଅରିଜ୍ ଧୂପକାଠିକୁ ବେଶ୍ ପସନ୍ଦ କରିଛନ୍ତି । ରାଜ୍ୟରେ ଏହା ଏକ ଅଗ୍ରଣୀ ଧୂପକାଠି । ଏହାର ଅଭିବୃଦ୍ଧି ଏବେ କମ୍ପାନୀ ପାଇଁ ଉତ୍ସବ ପରି । କମ୍ପାନୀର ବ୍ରାଣ୍ଡ ଆମ୍ବାସେଡର୍ ଏମ୍ଏସ୍ ଧୋନୀ । ସେ ୪ଟି ଭାରିଆଣ୍ଟ ଦୀପ୍ ମୋଗ୍ରା, ଦୀପ ଚନ୍ଦନ, ଦୀପ ଗୁଲାବ ଏବଂ ଜେଡ୍ ବ୍ଲାକ୍ ଥ୍ରୀ ଇନ୍ ଓ୍ୱାନକୁ ଉନ୍ମୋଚନ କରିଥିଲେ । ଏହା ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହୋଇଛି । ଓଡିଶାରେ ଜେଡ୍ ବ୍ଲାକ୍ର ଉତ୍ପାଦ ପ୍ରସ୍ତୁତ କରାଯାଉଛି । କଟକର ଜଗତପୁରରେ ଧୂପକାଠି ପ୍ରସ୍ତୁତ କାରଖାନା କରାଯିବା ସହ ୧୦୦ ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।
ପୁରୀରେ ଏହାର ନୂତନ ଉତ୍ପାଦ ଉନ୍ମୋଚନ ଅବସରେ ଓଲିଉଡ୍ ସୁପରଷ୍ଟାର ବର୍ଷା ପ୍ରିୟଦର୍ଶିନୀ ଯୋଗ ଦେବା ସହ ଗତ ୮ ବର୍ଷ ଧରି ଏହି ବ୍ରାଣ୍ଡ ସହ ସାମିଲ ହୋଇ ସେ ଖୁସୀ ଅନୁଭବ କରୁଥିବା କଥା କହିଛନ୍ତି । ମହୀଶୂର ଦୀପ୍ ଫର୍ଫ୍ୟୁମେରୀ ହାଉସ୍ ଦ୍ୱାରା ପ୍ରସ୍ତୁତ ଜେଡ୍ ବ୍ଲାକ୍ର ସମସ୍ତ ଉତ୍ପାଦ ଲୋକଙ୍କ ଦ୍ୱାରା ଆଦୃତ ତଥା ଏହାର ଅଭିବୃଦ୍ଧି ଉତ୍ସାହ ଜନକ ବୋଲି ସେ କହିଛନ୍ତି । ନୂତନ ସିରିଜ୍ର ଧୂପକାଠି ଲୋକମାନେ ପସନ୍ଦ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।
ମହୀଶୂର ଦୀପ୍ ଫର୍ଫ୍ୟୁମେରୀ ହାଉସ୍ର ଅନ୍ୟତମ ନିର୍ଦେଶକ ଅଙ୍କିତ ଅଗ୍ରଓ୍ୱାଲ ଭାରତୀୟ ଉପଭୋକ୍ତାଙ୍କ ପସନ୍ଦ ସହ ଏହା ବଜାରରେ ଏକ ମଜବୁତ୍ ସ୍ଥାନ ହାସଲ କରିଥିବା କଥା କହିଛନ୍ତି । ଏହାର ରିସର୍ଚ୍ଚ ପଦ୍ଧତିରେ ପରୀକ୍ଷଣ ସହ ଆଞ୍ଚଳିକ ସ୍ତରରେ ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଉତ୍ପାଦ ପ୍ରସ୍ତୁତ କରାଯାଉଥିବା କଥା କହିଛନ୍ତି । ୬ଟି ମହାଦେଶରେ ଜେଡ୍ ବ୍ଲାକ୍ ଏହାର ସୁଗନ୍ଧକୁ ପରିବ୍ୟାପ୍ତ କରିପାରିଛି ।
Comments are closed.