www.samajalive.in
Sunday, December 14, 2025
18.1 C
Bhubaneswar

୨୦ ବର୍ଷରୁ କମ୍‌ ସାଫ୍‌ ଫୁଟବଲ ଚମ୍ପିଆନସିପ୍‌, ଭାରତୀୟ ଦଳରେ ଓଡ଼ିଶାର ଟଙ୍କଧର

ଭୁବନେଶ୍ବର: ଦକ୍ଷିଣ ଏସୀୟ ଫୁଟବଲ ମହାସଙ୍ଘ (ସାଫ) ୨୦ ବର୍ଷରୁ କମ୍‌ ପୁରୁଷ ଫୁଟବଲ ଚମ୍ପିଆନସିପ୍‌ର ୪ର୍ଥ ସଂସ୍କରଣ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ଜୁଲାଇ ୨୫ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ଅୟୋଜକ ଭାରତ ସହ ବାଂଲାଦେଶ, ମାଳଦ୍ବୀପ, ନେପାଳ ଓ ଶ୍ରୀଲଙ୍କା ଦଳ ଅଂଶଗ୍ରହଣ କରିବେ। ଏଥିପାଇଁ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ପକ୍ଷରୁ ୨୩ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଡିଫେଣ୍ଡର ଟଙ୍କଧର ବାଗ୍‌ ସ୍ଥାନ ପାଇଛନ୍ତି।

ଝାରସୁଗୁଡା ଜିଲା କୋଲାବିରା ସାଲେପାଲିର ମହେଶ୍ବର ବାଗ୍‌ ଓ ହେମଲତା ବାଗ୍‌ଙ୍କ ପୁତ୍ର ଟଙ୍କଧର ମଧ୍ୟଭାଗ ଖେଳାଳି ଭା​‌େ​‌ବ ପ୍ରଥମେ ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସରେ ଯୋଗ ଦେଇଥିଲେ। ୧୯ ବର୍ଷୀୟ ଟଙ୍କଧର ୨୦୧୮ରେ କାଠମାଣ୍ଡୁରେ ଆୟୋଜିତ ୧୫ ବର୍ଷରୁ କମ୍‌ ସାଫ ଫୁଟବଲ ଚମ୍ପିଆନସିପରେ ଭାରତୀୟ ଦଳର ପ୍ରତିନିଧିତ୍ବ କରିଥିଲେ। ୨୦୧୯ରେ ନେପାଳରେ ଆୟୋଜିତ ୧୮ ବର୍ଷରୁ କମ୍‌ ସାଫ୍‌ ପୁୁରୁଷ ଫୁଟବଲ ଚମ୍ପିଆନସିପ୍‌ ଖେଳିଥିଲେ। ଏଥିରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା। ଉକ୍ତ ବର୍ଷ ୧୬ ବର୍ଷରୁ କମ୍‌ ଭାରତୀୟ ଦଳ ପକ୍ଷରୁ ମାଲେସିଆ, ତୁର୍କୀ, ଦକ୍ଷିଣ ଆଫ୍ରିକା ଓ ୟୁଏଇ ବିପକ୍ଷରେ ମ୍ୟାଚ ଖେଳିଥିଲେ। ୨୦୨୧ରେ ୧୯ ବର୍ଷରୁ କମ୍‌ ଦଳ ଇଣ୍ଡିଆନ ଆରୋଜରେ ସାମିଲ ହୋଇଥିଲେ।

- Advertisement -

ପ୍ରତିଯୋଗିତାରୁ ଶ୍ରେଷ୍ଠ ଦଳ ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ଏଏଫ୍‌ସି ୨୦ ବର୍ଷରୁ କମ୍‌ ଫୁଟବଲ ଚମ୍ପିଆନସିପ୍‌ ଲାଗି ଯୋଗ୍ୟତା ଅର୍ଜନ କରିବ। ଭାରତ ୨୭ରେ ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଭାରତୀୟ ଦଳରେ ସ୍ଥାନ ପାଇଥିବା ଓଡ଼ିଶାର ଟଙ୍କଧରଙ୍କୁ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଶୁଭେଚ୍ଛା​‌ ଜଣାଇଛନ୍ତି।

ଭାରତୀୟ ଦଳ : ସୟଦ ଜାହିଦ ହୁସେନ ବୁଖାରୀ, ମୋହିତ ସିଂହ ଧାମି, ସୋମ କୁମାର (ଗୋଲରକ୍ଷକ), ଅମନଦୀପ୍‌, ହାଲିନ ନଙ୍ଗଟୁଡୁ, ବିକାଶ ୟାମନାନ୍‌, ସାଜାଦ୍ ହୋସେନ ପେରି, ରାଜ୍‌ ବାସ୍‌ଫର, ବ୍ରିଜେଶ ଗିରି, ଟଙ୍କଧର ବାଗ୍‌, ପ୍ରିତମ ମିତେଇ ସୋରୋକାଇବାମ (ଡିଫେଣ୍ଡର), ଶିବାଜିତ୍‌ ସିଂହ ଲିୟାମପୁକାମ, ଭିବିନ ମୋହାନାନ୍‌, ବିନୟ ହାର୍‌ଜି, ମହେସନ ସିଂହ ଥୋଙ୍ଗବାମ୍‌, ସୁଜିତ ସିଂହ, ହର୍ଶ ଶୈଳେସ ପେଟ୍ରି, ତାଇସନ ସିଂହ ଲୋଇଟଙ୍ଗବାମ, ମାକାରଟନ ଲୁଇସ୍‌ ନିକ୍‌ସନ (ମିଡ୍‌ଫିଲଡର), ଗୁର୍‌କିରତ ସିଂହ, ପାର୍ଥିବ ସୁନ୍ଦର ଗୋଗେଇ, ହିମାଂଶୁ ଜାଙ୍ଗରା, ଶୁଭୋ ପୈଲ(ଫରୱାର୍ଡ)। ମୁଖ୍ୟ ପ୍ରଶିକ୍ଷକ- ଏସ୍‌. ଭେଙ୍କଟେଶ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories