www.samajalive.in
Sunday, December 14, 2025
14.1 C
Bhubaneswar

ଭାରତୀୟ ଦୌଡ଼କୁଦ ଦଳର ନେତୃତ୍ବ ନେବେ ନୀରଜ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ତାରକା ଜାଭେଲିନ ଫିଙ୍ଗାଳି ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦୌଡ଼କୁଦ ଦଳର ନେତୃତ୍ବ ନେବେ। ଜୁଲାଇ ୨୮ରୁ ଆରମ୍ଭ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୀରଜଙ୍କ ସମେତ ମୁରଲୀ ଶ୍ରୀଶଙ୍କର ଓ ଅବିନାଶ ସାବ୍‌ଲେଙ୍କଠାରୁ ଦୌଡ଼କୁଦରେ ଭାରତ ପଦକ ଆଶା ରଖିଛି। ଅନ୍ୟପକ୍ଷରେ ମହିଳା ଜାଭେଲିନ ଫିଙ୍ଗାଳି ଅନୁ ରାଣୀ, ଡିସ୍‌କସ୍‌ ଥ୍ରୋୟର ୩୮ ବର୍ଷୀୟା ସୀମା ଅଣ୍ଟିଲ ପ୍ରମୁଖଙ୍କଠାରୁ ଭାରତ ମଧ୍ୟ ପଦକ ଆଶା ରଖିଛି। ଟୋକିଓ ଅଲିମ୍ପିକ୍‌ସରେ ବିଶ୍ବର ପ୍ରମୁଖ ଜାଭେଲିନ ଫିଙ୍ଗାଳିଙ୍କୁ ପଛରେ ପକାଇ ନୀରଜ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ନୀରଜ ସ୍ବର୍ଣ୍ଣ ପଦକ ଜିତିଥିଲେ। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୀରଜଙ୍କଠାରୁ ସ୍ବର୍ଣ୍ଣ ପଦକ ଆଶା ରଖଛି ଭାରତ। ଦୌଡ଼କୁଦରେ ଭାରତ ଅତି କମରେ ଅଧ ଡଜନ ପଦକ ଆଶା ରଖିଛି।

୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦୌଡ଼କୁଦ ଦଳ ୨ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଓ ୭ଟି କାଂସ୍ୟ ପଦକ ହାସଲ କରିଥିଲା। ୨୦୧୪ ଓ ୨୦୧୮ରେ ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ଲେଖାଏଁ କାଂସ୍ୟ ପଦକ ହାସଲ କରିଥିଲା। ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଶେଷ ୨ ସଂସ୍କରଣଠାରୁ ଭଲ ପ୍ରଦର୍ଶନ ନେଇ ଭାରତୀୟ ଦୌଡ଼କୁଦ ସଂଘ ଆଶା ରଖିଛି। ମହିଳା ଧାବିକା ଏସ୍‌ ଧନଲକ୍ଷ୍ମୀ ଓ ଐଶର୍ଯ୍ୟ ବାବୁ ଡୋପ ପରୀକ୍ଷାରେ ବିଫଳ ହୋଇ ପ୍ରତିଯୋଗିତାରୁ ବାଦ୍‌ପଡିବା ମଧ୍ୟ ଭାରତୀୟ ଦୌଡ଼କୁଦ ଦଳକୁ ଧକ୍କା ଲାଗିଛି। ଡିସକସରେ ସୀମା ଅଣ୍ଟିଲ, ନବଜିତ କୌର ଧିଲୋଁ ୨୦୧୮ରେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ବର୍ମିଂହାମରେ ମଧ୍ୟ ପୋଡ଼ିୟମ ହାସଲ ନେଇ ୨ ଆଥ୍‌ଲେଟ୍‌ଙ୍କ ଦକ୍ଷତା ରହିଛି। ହାଇଜମ୍ପର ତେଜସ୍ବନୀ ଶଙ୍କର, ମାରାଥାନ ଦୌଡ଼ାଳି ନିତେନ୍ଦର ରାୱତ ପ୍ରମୁଖଙ୍କଠାରୁ ଭାରତ ପଦକ ଆଶାରଖିଛି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories