www.samajalive.in
Sunday, December 14, 2025
26.1 C
Bhubaneswar

ଆଜାଦୀ କା ରେଳଗାଡି ଓ ଷ୍ଟେସନ ସପ୍ତାହ ପାଳିତ

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳରେ ଦେଶର ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଉଥିବା ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି କ୍ରମରେ ୧୮ ଜୁଲାଇରୁ ୨୩ ଜୁଲାଇ ପର୍ଯ୍ୟନ୍ତ ସ୍ୱାଧିନତାର ୭୫ ବର୍ଷକୁ ସ୍ମରଣୀୟ କରିବା ପାଇଁ ‘ଆଜାଦୀ କି ରେଳଗାଡି ଓ ଷ୍ଟେସନ’ ସପ୍ତାହ ପାଳିତ ଶନିବାର ହୋଇଯାଇଛି। ଏହି ସପ୍ତାହ ପାଳନର ଉଦଯାପନୀ ଉତ୍ସବ ସମ୍ବଲପୁର ରେଳ ଷ୍ଟେସନ ଠାରେ ପାଳନ କରାଯାଉଛି। କାର୍ଯ୍ୟକ୍ରମରେ ରାଜଧାନୀ ନୁଆଦିଲ୍ଲୀ ଠାରୁ ଲାଇଭ ପ୍ରସାରଣ ଜରିଆରେ କେନ୍ଦ୍ରୀୟ ରେଳ ରାଷ୍ଟ୍ରମନ୍ତ୍ରୀ, ରେଳ ଅଧିକାରୀ ମାନେ ସାମିଲ ହୋଇଥିଲେ। ସମ୍ବଲପୁର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ସମ୍ବଲପୁର କ୍ଷେତ୍ରର ୨ ମହାନ ସ୍ୱାଧିନତା ସଂଗ୍ରାମୀ ମାଧୋ ସିଂ ଏବଂ ଚନ୍ଦ୍ରଶେଖର ବେହେରାଙ୍କ ବଂଶଜଙ୍କୁ ସମ୍ମାନିତ କରିଥିଲେ। ଆଭାଷୀ ମାଧ୍ୟମରେ ରାଜଧାନୀ ନୂଆଦିଲ୍ଲୀରୁ ସ୍ୱାଧିନତା ସଂଗ୍ରାମ ଉପରେ ଏକ ନାଟକ ମଞ୍ଚସ୍ଥ ହୋଇଥିଲା।

ଏହି ସମାରୋହ ସପ୍ତାହ ଅବସରରେ ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ନେଇ ବିଭିନ୍ନ ପଥ ପ୍ରାନ୍ତ ନାଟକ ଆୟୋଜନ କରାଯାଇଥିଲା। ୧୮ ଜୁଲାଇରେ ରେଳ ଷ୍ଟେସନ ଠାରେ ସ୍ୱାଧିନତା ସଂଗ୍ରାମୀ (ସମ୍ବଲପୁର ଅଞ୍ଚଳର) ମାନଙ୍କର ଏକ ଫଟୋ ଗ୍ୟାଲେରୀ ଓ ସେଲଫି ପଏନ୍ଟ ଆରମ୍ଭ କରାଯାଇଥିଲା। ମଣ୍ଡଳ ପ୍ରବନ୍ଧକ ଙ୍କ ଦ୍ୱାରା ରେଳବାଇ କର୍ମଚାରୀ, ଆଖପାଖ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍କାଉଟ ଓ ଗାଇଡ ମାନଙ୍କୁ ନେଇ ଏକ ପଦଯାତ୍ରା କରାଯାଇଥିଲା। ଏହି ସପ୍ତାହରେ ପ୍ରଭାତ ଫେରିର ଆୟୋଜନ ମଧ୍ୟ କରାଯାଇଥିଲା। ଏଥି ସହ ଉଦଯାପନୀ କାର୍ଯ୍ୟକ୍ରମରେ ରେଳବାଇ କର୍ମଚାରୀ ମାନଙ୍କ ସମେତ ସମସ୍ତଙ୍କୁ ନିଜ ଘରେ ଜାତୀୟ ପତାକା ଲଗାଇବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା। ସମ୍ବଲପୁର ରେଳ ଷ୍ଟେସନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ରେଳବାଇ କର୍ମଚାରୀ, ରେଳ ଯାତ୍ରୀ ଓ ଜନତା ଉପସ୍ଥିତ ରହିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories