ସମ୍ବଲପୁର: ସମ୍ବଲପୁରର ପୁଟିବନ୍ଧ ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ଠାରେ ‘ହରିୟାଲି ମହୋତ୍ସବ – ୨୦୨୨’ ପାଳିତ ହୋଇଯାଇଛି। ଶନିବାର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ. ଶ୍ୟାମ ଭୋଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଦିବସ ପାଳନର ଗୁରୁତ୍ୱ ଓ ମହତ୍ୱ ଉପରେ ଅଧ୍ୟକ୍ଷ ଡ. ଭୋଇ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ୨୦ରୁ ଅଧିକ ବିଭିନ୍ନ ପ୍ରଜାତିର ଚାରାରୋପଣ ମହାବିଦ୍ୟାଳୟ ପରିସରରେ କରାଯାଇଥିଲା। ଜାତୀୟ ସେବା ଯୋଜନା ଅଧିକାରୀ ଡ. ବିଶ୍ୱମୋହନ ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସନ୍ତୋଷ ରଞ୍ଜନ ବେହେରା, ବିଶ୍ୱଜିତ ମହାନ୍ତି ଙ୍କ ସମେତ ଅନେକ ଛାତ୍ର ଛାତ୍ରୀ ଯୋଗ ଦେଇ ଚାରାରୋପଣ କରିଥିଲେ। ସୂଚନାଯୋଗ୍ୟ ଯେ, ଜାତୀୟ ସେବା ଯୋଜନା ପକ୍ଷରୁ ପ୍ରତି ବର୍ଷ ପରିବେଶ ସୁରକ୍ଷା ବାର୍ତ୍ତ କୁ ସବୁ ସ୍ତରରେ ପହୁଞ୍ଚାଇବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଆସୁଛି।
Popular Categories



