www.samajalive.in
Sunday, December 14, 2025
19.1 C
Bhubaneswar

ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠା ଦିବସ

ନବରଙ୍ଗପୁର: ଭାରତୀୟ ମଜଦୁର ସଂଘର ୬୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇ ଯାଇଛି। ଏଥିରେ ସଂଘର ଜିଲା ସଭାପତି ବାଙ୍କ ବିହାରୀ ବିଷୋୟୀ ଅଧ୍ୟକ୍ଷତା କରି ଭାରତର ସର୍ବବୃହତ୍ତ ଶ୍ରମିକ ସଂଗଠନ ଭାବେ ପରିଗଣିତ ହୋଇଥିବା ଏହି ସଂଗଠନ ଦେଶହୀତ, ଉଦ୍ୟୋଗହୀତ ଓ ଶ୍ରମିକ ହୀତ ପାଇଁ କାମ କରୁଥିବା କହିଥିଲେ। ରାଜନୀତିରୁ ଊର୍ଦ୍ଧ୍ବରେ ରେ ଉଠି ରାଷ୍ଟ୍ରବାଦର ବିଚାର ନେଇ ଶ୍ରମିକ କଲ୍ୟାଣ ପାଇଁ କାମ କରୁଛି ବୋଲି ଅଭିହିତ କରିଥିଲେ। ତେବେ ଏକତ୍ରିତ ହୋଇ ସଂଗଠନକୁ ଅଧିକ ସୁଦୃଢ କରିବାକୁ ଗୁରୁତ୍ୱ ଦେଇଥିଲେ। ଉପଦେଷ୍ଠା ପରମେଶ୍ୱର ବିଷୋୟୀ ମଞ୍ଚ ପରିଚାଳନା କରିବା ସହିତ ସଂଘରଅଧିନରେ ଅଙ୍ଗନବାଡୀ ସଂଘ, ଆଶାକର୍ମୀ ସଂଘ, ଆଶାସାଥୀ ସଂଘ, ମଙ୍ଗଳମ୍ବଟିମ୍ବର କର୍ମଚାରୀ ସଂଘ, ସ୍ୱାବଲମ୍ବୀ କାରିଗର ସଂଘ, କୃଷି ଗ୍ରାମୀଣ ମଜଦୂର ସଂଘ, କୋଠାବାଡୀ ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ, ରୋଜଗାର ସେବକସଂଘ, ସ୍ୱଂୟସହାୟକ ଗୋଷ୍ଠି ସଂଘ ପାଚିକା ଓ ସହାୟିକା ସଂଘ କାମ କରୁଛି। ବିଭିନ୍ନସଂଗଠନ ର ସମସ୍ୟାର ସମାଧାନ ପାଇଁ ସଂଘ ବହୁ କାର୍ଯ୍ୟ କରୁଥିବା କହିଥିଲେ। ଉପଦେଷ୍ଠା ସବିତା ନାୟକ ସଂଗଠନ କୁ ତୃଣମୂଳ ସ୍ତରରେ ଅଧିକ ଶକ୍ତିଶାଳୀ କରିବାକୁ କହିଥିଲେ। ସମ୍ପାଦକ ରୀତେଶ ପୂଜାରୀ ମଜଦୂର ସଂଘ ଭାରତର ଏକ ନମ୍ବର ଶ୍ରମିକ ସଂଗଠନ ଭାବେ ଶ୍ରମିକଙ୍କର ହୀତ ସହିତ ବିଭିନ୍ନ କାର୍ଯ୍ୟ ନେଇ ଆନ୍ଦୋଳନ, ଧାରଣା, ଶୋଭାଯାତ୍ରା ଓ ଦାବି ପତ୍ର ପ୍ରଦାନ କରି ଶ୍ରମିକଙ୍କର ନାର୍ଯ୍ୟ ଦାବି ହାସଲ ପାଇଁ କାମ କରୁଥିବା କହିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କର ମଧ୍ୟରେ ଜିଲା ଅଙ୍ଗନବାଡୀ ସଂଘର ସଭାନେତ୍ରୀ ସତ୍ୟବତୀ ଷଡଙ୍ଗୀ, ସମ୍ପାଦକ ସନ୍ଧ୍ୟାରାଣୀ ବିଶ୍ୱାଳ, କୋଷାଧ୍ୟକ୍ଷା ମମତା ବ୍ରହ୍ମାଙ୍କର ସମେତ ଜିଲା କୋଠାବାଡି ମଜଦୁର ସଂଘର ସମ୍ପାଦକ ରାମ ବିଷୋୟୀ, ଜିଲା କୃଷି ଗ୍ରାମୀଣ ମଜଦୂର ସଂଘର ଅକ୍ଷୟ ଚରଣ ବିଷୋୟୀ, ଜିଲା ଆଶାକର୍ମୀ ସମ୍ପାଦକ ସଞୁ ନାୟକ ଙ୍କର ସମେତ ଅନ୍ୟାନ୍ୟ ବହୁ କର୍ମକର୍ତ୍ତମାନେ ଯୋଗ ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories