www.samajalive.in
Friday, December 12, 2025
16.1 C
Bhubaneswar

ଖଡିଆଗୁଡାର ଝାଡାବାନ୍ତି ମୃତ୍ୟୁ ଘଟଣା: ଗାଁକୁ ପରିଦର୍ଶନକଲେ ବିଧାୟକ, ବିଜେପି ଓ କଂଗ୍ରେସ ଟିମ

ନବରଙ୍ଗପୁର:ଧଣ୍ଡରା ପଞ୍ଚାୟତର ଖଡିଆଗୁଡା ଗାଁରେ ଝାଡାବାନ୍ତିରେ ଗୋଟିଏ ଘରର ଭାଉଜ ଓ ଦିଅରଙ୍କର ମୃତ୍ୟୁହୋଇଛି। ମୃତକ ସୁଭଦ୍ରା ମାଝୀ ( ୮୦) ଓ ଥବୀର ମାଝୀ ( ୬୪) ବୋଲି ଜଣାପଡିଛିା ୧୭ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଛନ୍ତି ଓ ଅନ୍ୟମାନଙ୍କର ଚିକିତ୍ସା ଚାଲିଛି। ଏହି ଖବର ପାଇ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ସଂପୃକ୍ତ ଗାଁକୁ ଯାଇଲୋକଙ୍କୁ ଭେଟିବା ସହିତ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଗାଁରେ ସ୍ୱାସ୍ଥ୍ୟ ଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିବାବେଳେ ଗାଁର ପରିସ୍ଥିତି ସଂପର୍କରେ ଟିକିନିଖି ଜଣାଇବାକୁ କହିଥିଲେ। ଅନ୍ୟମାନଙ୍କର ମଧ୍ୟରେ ନନ୍ଦାହାଣ୍ଡି ଜିଲାପରିଷଦ ଜୋନ-୨ସଭ୍ୟ ଅରୁଣ କୁମାର ମିଶ୍ର, ବ୍ଳକ ସାଂସଦ ପ୍ରତିନିଧି ସୁନୀଲ ସାହୁ, ବ୍ଲକ ବିଧାୟକ ପ୍ରତିନିଧି ତଥା ବ୍ଳକ ବିଜେଡି ସଭାପତି ଦୟାନିଧି ବିଷୋୟୀ ପ୍ରମୂଖ ଉପସ୍ଥିତ ଥିଲେ।

ସେହିପରି ବିଜେପିର ଏକ ପ୍ରତିନିଧିଦଳ ମଧ୍ୟ ଆଜି ସଂପୃକ୍ତ ଗାଁକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ, ଜିଲା ଉପସଭାପତି ସନାତନ ତ୍ରିପାଠୀ, କୃଷ୍ଣ ନାୟକ ଓ ରାମ ଚନ୍ଦ୍ର ବିଷୋୟୀ ପ୍ରମୂଖ ଗ୍ରାମବାସୀଙ୍କୁ ଭେଟି ଆଲୋଚନା କରିଥିଲେ। ତେବେ ଦୂଷିତ ଜଳ ପିଇବା କାରଣରୁ ଏହି ଝାଡାବାନ୍ତି ହୋଇଥିବା କୁହାଯାଉଛି। ସେହିପରି ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କର ନେତୃତ୍ୱରେ ଏକ ଦଳ ଆଜି ଏହିଗାଁକୁ ଯାଇ ପରିସ୍ଥିତ ଅନୁଧ୍ୟାନ କରି ଗ୍ରାମବାସୀଙ୍କର ସହ ଆଲୋଚନା କରିଥିଲେ। ତେବେ କାଶୀପୁର ଭଳି ଏହି ଅଞ୍ଚଳରେ ଅଖାଦ୍ୟ ଖାଇ ଓ ଦୂଷିତ ପାଣି ପିଇ ଲୋକମାନେ ଝାଡାବାନ୍ତିର ଶୀକାର ହେଉଥିବା ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories