www.samajalive.in
Sunday, December 7, 2025
23.1 C
Bhubaneswar

ଏସସି ଓ ଏସଟି ତାଲିକାରେ ସାମିଲ କରା ନ ଯିବାକୁ ନେଇ ବିଧାନସଭାରେ ଉଦବେଗ

ଭୁୁବନେଶ୍ୱର : ସମାନ ଜାତିର ଲୋକ ମାନଙ୍କର ସାଙ୍ଗିଆ ଭିନ୍ନ ହେଲେ ମଧ୍ୟ ସେମାନଙ୍କୁ ଅନୁସୂଚିତ ଜାତି ଓ ଜନଜାତି ତାଲିକାରେ ସାମିଲ କରା ଯାଉ ନାହିଁ। ଯାହା ଫଳରେ ସେମାନେ ସଂରକ୍ଷଣ ଓ ଅନ୍ୟ ବ୍ୟବସ୍ଥାର ଲାଭ ପାଇ ପାରୁ ନାହାନ୍ତି । ଏହା ଉପରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି ବିଧାନସଭାରେ ଆଜି ମତ ପ୍ରକାଶ ପାଇଛି । ବିଧାୟକ ଭାସ୍କର ମଢେଇଙ୍କ ମୂଳ ପ୍ରଶ୍ନ ଉପରେ ଆଲୋଚନା ବେଳେ ଉଭୟ ସରକାରୀ ଓ ବିରୋଧୀ ଦଳର ବିଧାୟକ ମାନେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ବିଭାଗୀୟ ମନ୍ତ୍ରୀଙ୍କ ବଦଳରେ ଗୃହରେ ଉତ୍ତର ରଖୁଥିବା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ରାଜ୍ୟ ସରକାର ଏହି ମାମଲାକୁ ଅତ୍ୟନ୍ତ ସମ୍ବେଦନ  ସହ ନେଉଛନ୍ତି ଓ ସେମାନଙ୍କୁ କିପରି ଏସସି–ଏସଟି ମାନ୍ୟତା ମିଳିବ ସେ ନେଇ ଲଗାତାର ଚେଷ୍ଟା କରୁଛନ୍ତି । ହେଲେ ଏହି ମାନ୍ୟତା ଦେବା କାମ କେନ୍ଦ୍ର ସରକାରଙ୍କର ବୋଲି ସେ କହିଛନ୍ତି।
ବିଧାୟକ ଭାସ୍କର ମଢେଇ କହିଥିଲେ ଯେ ସମାନ ଜାତିର ଲୋକକୁ ଅନୁସୂଚିତ ଜାତିରେ ସାମିଲ କରା ଯାଇଛି, ହେଲେ ସେହି ଜାତିର ଅନ୍ୟ ସାଙ୍ଗିଆ ଥିବା ଲୋକଙ୍କୁ ଏଥିରୁ ବାଦ ଦିଆ ଯାଇଛି । ବିଧାୟକ ତାରା ପ୍ରସାଦ ବାହିନୀପତି, ବିଷ୍ଣୁ ସେଠୀ, ଭୂପିନ୍ଦର ସିଂହ, ଶଂକର ଓରାମ, ପଦ୍ମନାଭ ବେହେରା ଏହି ମାମଲାରେ ଉଦବେଗ ପ୍ରକାଶ କରିବା ସହ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ନିକଟରେ ସଠିକ ଭାବେ ଉତଥାପନ କରିବାକୁ ଦାବି କରିଥିଲେ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories