www.samajalive.in
Wednesday, December 10, 2025
23.1 C
Bhubaneswar

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ଆଜି

ପୁରୀ : ସୁପ୍ରିମକୋର୍ଟରେ ବୁଧବାର ଶ୍ରୀମନ୍ଦିର ପରିଚାଳନା ସଂସ୍କାର ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ମାମଲାର ଶୁଣାଣି କରାଯିବ। କୋର୍ଟମିତ୍ର ଗୋପାଳ ସୁବ୍ରମଣ୍ୟମ ରିପୋର୍ଟ ଦାଖଲ କରିବା ସମ୍ଭାବନା ରହିଛି। ମୃଣାଳିନୀ ପାଢୀଙ୍କ ଚିଠିକୁ ଭିତ୍ତିକରି ରୁଜୁ ହୋଇଥିବା ଏହି ମୋକଦ୍ଦମାରେ ପକ୍ଷଭୁକ୍ତ ହେବାକୁ କେତେକ ସେବକ ନିଯୋଗ ଆବେଦନ କରିଛନ୍ତି। ଶ୍ରୀମନ୍ଦିରରେ ଧାଡିଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଗତ ୩ ତାରିଖ ଦିନ ପୁରୀରେ ହିଂସାକାଣ୍ଡ ଘଟିଥିବାରୁ ଆସନ୍ତା କାଲିର ଶୁଣାଣିକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଜଷ୍ଟିସ୍‍ ମଦନ ବି. ଲୋକୁର ଏବଂ ଜଷ୍ଟିସ୍‍ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ମୋକଦ୍ଦମାର ଶୁଣାଣି କରାଯିବ। ଉଭୟପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ପରବର୍ତ୍ତୀ ନିର୍ଦେଶ ପ୍ରଦାନ କରିବା ସମ୍ଭାବନା ରହିଛି। ଜିଲାଜଜ୍‍ଙ୍କ ୧୨ଟି ସୁପାରିସ କାର୍ଯ୍ୟକାରୀ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ଓକିଲ କୋର୍ଟଙ୍କୁ ଅବଗତ କରାଇବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସେବକଙ୍କ ବଂଶାନୁକ୍ରମିକ ସେବାସ୍ୱତ୍ୱ ଉଚ୍ଛେଦ, ସେବକଙ୍କ ଦ୍ୱାରା ଦାନଦକ୍ଷିଣା ଆଦାୟ ବନ୍ଦ, ଧାଡିଦର୍ଶନ ବ୍ୟବସ୍ଥା, ସେବକ ଓ କର୍ମଚାରୀଙ୍କୁ ପରିଚୟପତ୍ର ପ୍ରଦାନ ସମ୍ପର୍କରେ ଶୁଣାଣି ହେବାର ସମ୍ଭାବନା ରହିଛି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories