www.samajalive.in
Friday, December 12, 2025
23.1 C
Bhubaneswar

ତେଜସ୍ୱୀ ଓ ତେଜପ୍ରତାପଙ୍କ ମଧ୍ୟରେ ବିବାଦ ଚାଲିଛି : ଭଉଣୀ ମିଶା

ପାଟନା : ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଦେଖାଯାଇଥିବା ବିବାଦ ଏବେ ପଦାରେ ପଡିଛି। ଯାଦବ ପରିବାରର ବିବାଦକୁ ପଦାରେ ପକାଇଛନ୍ତି ଝିଅ ତଥା ରାଜ୍ୟସଭା ସଦସ୍ୟା ମିଶା ଭାରତୀ। ରବିବାର ମିଶା କହିଛନ୍ତି ଯେ ଦୁଇ ଭାଇ ତେଜସ୍ୱୀ ଯାଦବ ଓ ତେଜ ପ୍ରତାପ ଯାଦବଙ୍କ ମଧ୍ୟରେ ବିବାଦ ଲାଗିରହିଛି। ପରିବାରରେ ଦୁଇ ଭାଇଙ୍କ ମଧ୍ୟରେ ଏପରି ବିବାଦ ଦେଖାଯିବା ସ୍ୱାଭାବିକ କଥା। ରବିବାର ସନ୍ଧ୍ୟାରେ ଦଳୀୟ କର୍ମୀଙ୍କ ସମ୍ମିଳନୀରେ ଯୋଗ ଦେଇ ମିଶା କହିଛନ୍ତି ଯେ ଯାଦବ ପରିବାରରେ ବିବାଦ ସତ୍ତ୍ବେ ଭୋଟ ଅଭାବ ନାହିଁ। ଦୁର୍ନୀତି ଅଭିଯୋଗରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‍ ଯିବା ପରେ ସାନପୁଅ ତେଜସ୍ୱୀ ଏବେ ଦଳର ସମସ୍ତ କାର୍ଯ୍ୟ ବୁଝୁଛନ୍ତି। ନୀତୀଶ କୁମାରଙ୍କ ସରକାରରେ ତେଜସ୍ୱୀ ଉପମୁଖ୍ୟମନ୍ତ୍ରୀ ଥିଲେ। ମେଣ୍ଟ ସରକାର ଭାଙ୍ଗିବା ପରେ ତେଜସ୍ୱୀ ଏବେ ବିଧାନସଭାରେ ବିରୋଧୀ ଦଳ ନେତା ଅଛନ୍ତି। ଦଳରେ ସାନଭାଇ ତେଜସ୍ୱୀଙ୍କ ପତିଆରା ବୃଦ୍ଧିକୁ ସହ୍ୟ କରିପାରୁ ନାହାନ୍ତି ବଡ ଭାଇ ତେଜପ୍ରତାପ ଓ ବଡ ଭଉଣୀ ମିଶା। ମିଶା କହିଛନ୍ତି ଯେ ତାଙ୍କ ସହିତ କେହି ସମ୍ମୁଖ ଲଢେଇ କଲେ ସେ ରାଣୀ ଲକ୍ଷ୍ମୀବାଇଙ୍କ ଭଳି ଲଢେଇ କରିବେ। କେହି ଯଦି ତାଙ୍କ ପଛରୁ ଆକ୍ରମଣ କରେ ତେବେ ତାକୁ କେବେହେଲେ କ୍ଷମା ଦେବେ ନାହିଁ। ଦୁଇ ଭାଇଙ୍କ ମଧ୍ୟରେ ବିବାଦ ବିଷୟ ମିଶା କହିବା ପରେ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ମିଶା କହିଛନ୍ତି ଯେ ତାଙ୍କ ମନ୍ତବ୍ୟକୁ ଭୁଲ୍‍ ଉପସ୍ଥାପନ କରାଯାଇଛି। ମତଭେଦ ଭୁଲି ଦଳୀୟ କର୍ମୀଙ୍କୁ ଏକଜୁଟ୍‍ ହେବାକୁ ସେ ଆହ୍ୱାନ ଦେଇଥିଲେ। ପରିବାର ବିଷୟରେ ସେ କିଛି ବି କହିନାହାନ୍ତି। ତେଜସ୍ୱୀ ମଧ୍ୟ ଏହି ରିପୋର୍ଟକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳ ତାଙ୍କ ପରିବାର କଥା କହି ଭୋଟ ହାତେଇବାକୁ ଏପରି ଉଦ୍ୟମ କରୁଛି। ତେଜ ପ୍ରତାପ ମଧ୍ୟ ରିପୋର୍ଟକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳ ଆମ ଭିତରେ ବିଭାଜନ ସୃଷ୍ଟି କରିବାକୁ ଉଦ୍ୟମ କରୁଛି; ମାତ୍ର ଆମେ କୃଷ୍ଣ-ବଳରାମ ଭଳି ଦୁଇ ଭାଇ ହୋଇ ରହିଛୁ।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories