www.samajalive.in
Wednesday, December 10, 2025
26.1 C
Bhubaneswar

ତିତ୍‍ଲିକୁ ନେଇ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ; ୧୩ ଜିଲାପାଳଙ୍କୁ ସତର୍କତା ଜାରି

ଭୁବନେଶ୍ୱର : ସମ୍ଭାବ୍ୟ ‘ତିତ୍‍ଲି’ବାତ୍ୟାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୩ ଜିଲାପାଳ ଓ ଜିଲା ସ୍ୱାସ୍ଥ୍ୟଅଧିକାରୀଙ୍କୁ ସଜାଗ ରହିବାପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା ମଙ୍ଗଳବାର ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆଜିଠାରୁ ୧୨ ତାରିଖ ମଧ୍ୟରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ବୌଦ୍ଧ ଓ କନ୍ଧମାଳ ପ୍ରଭୃତି ଜିଲାରେ ବାତ୍ୟା ହେବାର ସମ୍ଭାବନା ରହିଛି। ତେଣୁ ଏହିସବୁ ଜିଲାରେ ନୋଡାଲ ସେଣ୍ଟର ଚିହ୍ନଟ କରି ସ୍ୱତନ୍ତ୍ର ଭାବେ ନିୟନ୍ତ୍ରଣ କକ୍ଷ ଖୋଲ। ଏହିସବୁ ଜିଲା ଓ ବ୍ଲକରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ଜରୁରୀ ପରିସ୍ଥିତି ମୁକାବିଲା କରିବା ଲାଗି ଜେନେରେଟର ସହିତ ଜରୁରୀ ଔଷଧପତ୍ର ମହଜୁଦ୍‍ ରଖ। ତଳିଆ ଅଞ୍ଚଳଗୁଡିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଅ। ଜରୁରୀକାଳୀନ ପରିସ୍ଥିତିରେ କିଭଳି ରୋଗୀଙ୍କୁ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ମିଳିବ ସେଥିପ୍ରତି ଗୁରୁତ୍ୱ ଦିଅ। ଆବଶ୍ୟକସ୍ଥଳେ ଗର୍ଭସ୍ଥଙ୍କୁ ମା’ ଗୃହ ତଥା ହସ୍ପିଟାଲକୁ ବୋହି ଆଣିବାପାଇଁ ଆମ୍ବୁଲାନ୍‍ସ ପ୍ରଭୃତି ବ୍ୟବସ୍ଥା କରିବାକୁ ଡା. ମେହେର୍ଦା ନିର୍ଦେଶ ଦେଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories