www.samajalive.in
Saturday, December 13, 2025
26.1 C
Bhubaneswar

ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ସ୍କୁଲ୍‌ରେ ପଡିଲା ତାଲା – ବଦଳି ଦାବି କଲେ ସ୍ଥାନୀୟଲୋକ

ନର୍ଲା :କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବେହେରାପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ ତାଲା ପକାଇ ଦୁଇଜଣ ଶିକ୍ଷୟତ୍ରୀଙ୍କ ବଦଳି ଦାବି କରିଛନ୍ତି। ସୂଚନା ମତେ ନର୍ଲା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଅନତି ଦୂରରେ ଥିବା ବେହେରାପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବହୁ ବର୍ଷ ଧରି ଦୁଇଜଣ ଶିକ୍ଷୟିତ୍ରୀ ଅବସ୍ଥାପିତ ରହି ବର୍ତ୍ତମାନ କାର୍ଯ୍ୟକ୍ଷେତ୍ରରେ ଚରମ ଅବହେଳା କରିଆସୁଛନ୍ତି।

କର୍ତ୍ତୃପକ୍ଷଙ୍କୁ ଗତ ସାତ ମାସ ଧରି ଏବିଷୟରେ ଅଭିଭାବକ ଓ ପରିଚାଳନା କମିଟି ଅଭିଯୋଗ କରି ଆସୁଥିଲେ ହେଁ ବିଭାଗୀୟ ଅଧିକାରୀ ଏଦିଗରେ କୈାଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି। ଫଳରେ ଶୁକ୍ରବାର ବିଦ୍ୟାଳୟ ଗେଟରେ ତାଲା ପକାଇ ଛାତ୍ରଛାତ୍ରୀ, ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟମାନେ ଶିକ୍ଷୟିତ୍ରୀ ଆହ୍ଲାଦିନୀ ପଣ୍ଡା ଓ ସୁନିତା ପାଣିଗ୍ରାହୀଙ୍କ ବଦଳି ଦାବି କରିଛନ୍ତି। ଉକ୍ତ ଶିକ୍ଷୟତ୍ରୀ ମାନଙ୍କ ଅନଧିକୃତ ଅନୁପସ୍ଥିତି ଏବଂ ଛାତ୍ରଛାତ୍ରୀ, ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ଆସୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଦୀର୍ଘ ସମୟଧରି ବିଦ୍ୟାଳୟ ବନ୍ଦ ରହିବା ପରେ ବିଇଓ ତପିମଣି ଜାନୀ,ଏବିଇଓ ଗୋବର୍ଦ୍ଧନ ମାଝୀ ଉପସ୍ଥିତ ରହି ଆଲୋଚନା କରିଥିଲେ। ଉଭୟ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବାକୁ ଅଧିକାରୀ ମାନଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀମାନେ ବିଦ୍ୟାଳୟ ଖୋଲିଥିଲେ। ଉଭୟ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରି ତାଙ୍କ ସ୍ଥାନରେ ଅନ୍ୟ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଜଣାଇଥିବା ବିଇଓ ଶ୍ରୀ ଜାନୀ ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories