www.samajalive.in
Sunday, December 14, 2025
14.1 C
Bhubaneswar

ଗୁଳି ମାଡରେ ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ହତ୍ୟା ଘଟଣା, ରାଜନୈତିକ ପତିଆରା ଜାହିର କରିବା ହିଁ ହତ୍ୟାକାଣ୍ଡର ମୁଖ୍ୟ କାରଣ

ପାଟଣାଗଡ଼: ବେଲପଡ଼ା ବ୍ଲକ ବାଗଦୋର ପଞ୍ଚାୟତର ସମିତି ସଭ୍ୟା ତଥା ବନମାଲ ଗ୍ରାମ ନିବାସୀ ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳି କରି ହତ୍ୟା କରିଥିବା ଘଟଣାରେ ୨ଟି ପର୍ଯ୍ୟାୟରେ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସାରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ତଥା ସୁପାରୀ କିଲର କୁହାଯାଉଥିବା ପଦ୍ମପୁରର ନରେଶ ସାହୁ(୩୨)କୁ ବେଲପଡ଼ା ପୁଲିସ ଗତକାଲି ରାତିରେ ଛତିଶଗଡ଼ ରାଜ୍ୟର ରାୟପୁର ନିକଟବର୍ତ୍ତି ସିଲତରାରୁ ଗିରଫ କରି ଆଜି କୋର୍ଟ ଚାଲାଣ କରୁଥିବା ଜଣାଯାଇଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ଉପଖଣ୍ଡୀୟ ପୁଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଗତ ମାର୍ଚ୍ଚ ମାସ ୨୮ ତାରିଖ ରାତ୍ରି ଭୋଜନ ସାରି ଲୋକନାଥ ନିଜ ଘରେ ଏକ ଚୌକିରେ ବସିଥିବା ବେଳେ ତାଙ୍କ ଧର୍ମପତ୍ନୀ ନିକଟରେ ଏକ ଖଟିଆରେ ନିଜ ନାତି ନାତୁଣୀଙ୍କ ସହ ବସିଥିଲେ। ରାତି ପ୍ରାୟ ୮ ଘଣ୍ଟା ବେଳେ ୫ ଜଣ ଦୁର୍ବୃତ୍ତ ବାଇକରେ ଆସିବା ସହ ସେମାନଙ୍କ ମଧ୍ୟରୁ ୨ ଜଣ ଲୋକନାଥଙ୍କ ପାଖକୁ ଆସି ତାଙ୍କ ଛାତିରେ ବନ୍ଧୁକ ଲଗାଇ ଆଖିବୁଜା ଗୁଳି ଚଳାଇ ଫେରାର ମାରିଥିଲେ। ତେବେ ଗ୍ରାମବାସୀ ନିକଟବର୍ତ୍ତୀ ସମସ୍ତ ପୁଲିସ ଥାନାକୁ ଖବର ଦେବା ପରେ ଲାଠୋର ପୁଲିସ ଲାଠୋର- ଧଅଁରାଖମନ ରାସ୍ତାରେ ଥିବା ଏକ ନାଳ ନିକଟରେ ୨ ଜଣ ଅଭିଯୁକ୍ତ ପାଟଣାଗଡ଼ ରାମପାଲିର ରବି ଷାଣ୍ଢ (୨୫) ଏବଂ ନିକଟବର୍ତ୍ତି ଝୁଲେନବର ଗ୍ରାମର ସୀତାରାମ ବିନ୍ଧାଣୀ (୩୧)ଙ୍କୁ କାବୁ କରିଥିଲା। ସେମାନଙ୍କ ଠାରୁ ପଚରାଉଚୁରା ପରେ ୩୦ ତାରିଖ ଦିନ ଘଟଣା ସହ ସଂପୃକ୍ତ ଅନ୍ୟ ୪ ଜଣ ପାଢେଲ ଗ୍ରାମର ସନ୍ତୋଷ କୁମାର ଦାଶ (୪୨), ବନମାଲ ଗ୍ରାମର ବସୁଦେବ ପ୍ରଧାନ (୫୨), ପାଟଣାଗଡ଼ ସହରର କୁଶଧ୍ୱଜ ମାଝି (୨୬) ଓରଫ ରାଜା ଏବଂ ରାମପାଲିର କରୁଣା ବାଗ (୨୩)ଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ତଥା ସୁପାରୀ କିଲର କୁହାଯାଉଥିବା ବରଗଡ଼ ଜିଲ୍ଲା ପଦ୍ମପୁର ସହରର ନରେଶ ସାହୁ (୩୨) କୌଣସି ମତେ ଫେରାର ମାରିବାରେ ସକ୍ଷମ ହୋଇଥିଲା। ଉକ୍ତ ଦିନଠାରୁ ନରେଶକୁ ଧରିବା ପାଇଁ ପୁଲିସ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଥିବା ବେଳେ ସେ ରାୟପୁର ନିକଟବର୍ତ୍ତି ସିଲତରାଠାରେ କୌଣସି ଏକ କମ୍ପାନୀରେ କାମ କରୁଥିବା ଖବର ପାଇ ବେଲପଡ଼ା ଥାନାଧିକାରୀ ବୁଲୁ ମୁଣ୍ଡାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‍ ଗତକାଲି ରାତିରେ ସେଠାରେ ଚଢଉ କରି ନରେଶକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories