www.samajalive.in
Sunday, December 14, 2025
26.1 C
Bhubaneswar

ଚିନାମାଳିପଶି ଓ ପଲାଣଘାଟିରେ ଚାରା ରୋପଣ

ପାଟଣା: ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଟଣା ନିର୍ବାଚନ ମଣ୍ଡଳୀର ପାଟଣା ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ରାଉତ, ପାଟଣା ବ୍ଲକ ଯୁବ ସଭାପତି ରଘୁବର ମହାନ୍ତ, ସମାଜସେବୀ ରତନ କୁମାର ସେଠୀ, ନାଏବ ସରପଞ୍ଚ ମିନତି ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକଙ୍କ ନେତୃତ୍ଵରେ ପାଟଣା ବ୍ଲକର ଚିନାମାଳିପଶି ଗ୍ରାମପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ ନୂଆପଡା ଠାରେ ଚାରା ରୋପଣ ଅନୁଷ୍ଠିତ ହୋଇଥିଲା। ସେହିପରି ପଲାଣଘାଟି ବିଦ୍ୟାଳୟରେ ମଧ୍ୟ ଏହି କର୍ମକର୍ତ୍ତା ମାନଙ୍କ ସହ ସର୍ବଶ୍ରି ପ୍ରଦୀପ କୁମାର ନାୟକ, ଦିଲୀପ ମହାନ୍ତ, ଗୋଲେଖ ନାଏକ, ସରପଞ୍ଚ ରାଉତ ମୁଣ୍ଡା, ରବିନନ୍ଦନ ମହାନ୍ତ, ୱାର୍ଡ ସଦସ୍ୟ ସୁରସିଂ ମୁଣ୍ଡା ପ୍ରମୁଖଙ୍କ ସହ ଏହି କାର୍ଯ୍ୟକ୍ରମରେ ବହୁ ଯୁବ ଛାତ୍ର ଜନତା ସଦସ୍ୟ ମାନେ ଉପସ୍ଥିତ ରହି ଚାରା ରୋପଣ କାଯ୍ୟକ୍ରମରେ ସାମିଲ ହୋଇଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories