ହରଭଙ୍ଗା: ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଏବଂ କଂଟାମାଳ ଭଳି ତିନୋଟି ବ୍ଲକରେ ୭୯ଟି ହାଇସ୍କୁଲ ରହିଛି। ସେଥିରୁ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ପାଇଁ ୭୫ଟି ହାଇସ୍କୁଲର ୭ ହଜାର ୯୭୯ ପିଲା ଫର୍ମ ପୂରଣ କରିଥିଲେ। ଏହା ମଧ୍ୟରୁ ୭ ହଜାର ୨୦୭ ଜଣ ପିଲା ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୭୭୨ ପିଲା ପରୀକ୍ଷାରେ ଅନୁପସ୍ଥିତି ଥିଲେ। ମ୍ୟାଟ୍ରିକରେ ଚଳିତବର୍ଷ ପରୀକ୍ଷା ଦେଇଥିବା ୭ ହଜାର ୨୦୭ଜଣ ପରୀକ୍ଷାର୍ଥୀରୁ ୭୧୪୨ଜଣ ପାଶ କରିଥିବାବେଳେ ମାତ୍ର ୬୫ଜଣ ପିଲା ପରୀକ୍ଷାରେ ଫେଲ ମାରିଥିବା ଜଣାପଡ଼ିଛି। ଯାହାକି ଜିଲ୍ଲାରେ ପାଶହାର ସଂଖ୍ୟା ୮୯.୫୧ ପ୍ରତିଶ୍ରତ ରହିଛି।
ସେଥିରୁ ଏ-ଓାନ -୨୧ଜଣ, ଏ-ଟୁ-୩୩୩ଜଣ, ବି-ଓାନ-୧୨୩୮ଜଣ, ବି-ଟୁ-୨୧୦୯ଜଣ, ସି-୨୦୫୭ଜଣ, ଡି-୧୧୩୩ଜଣ ଏବଂ ଇ- ଗ୍ରେଡରେ ୨୫୧ଜଣ ପାଶ କରିଥିବା ଜଣାପଡ଼ିଛି। ଜିଲ୍ଲାରେ ରହିଥିବା ସମୁଦାୟ ୭୯ଟି ହାଇସ୍କୁଲରୁ ୪୨ ହାଇସ୍କୁଲ ୫ଟି ଯୋଜନାରେ ସାମିଲ ହୋଇସାରିଛି। ମାତ୍ର ଜିଲ୍ଲାରେ ୧୧ଟି ହାଇସ୍କୁଲର ୨୧ଜଣ ପିଲା ଏ-ଓାନରେ ପାଶକରିଛନ୍ତି। ସେଥିରୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବୌଦ୍ଧର ସର୍ବାଧିକ ୮ଜଣ ପିଲା ରହିଥିବା ବେଳେ ଏହା ତଳକୁ ହରଭଙ୍ଗା ବ୍ଲକର ଲାଲବାହାଦୂର ବିଦ୍ୟାପୀଠ ତିଲେଶ୍ୱରର ୩ଜଣ, କଟାଂମାଳ ବ୍ଲକ ରୁଣ୍ଡିମହଲ ହାଇସ୍କୁଲର ୨ଜଣ ପିଲା, ଧଳପୁର, ମଥୁରା, ଘଂଟାପଡ଼ା, ନୂଆପାଲ୍ଲୀ, ଗୁଡଭେଲିପଦର, ବାଉଁଶୁଣୀ, ଜହ୍ନାପଙ୍କ ଏବଂ ଯୋଗୀନ୍ଦ୍ରଦେବ ହାଇସ୍କୁଲ ବୌଦ୍ଧରୁ ଜଣେ ଲେଖାଏଁ ପିଲା ଏ-ଓାନରେ ପାଶ କରିଛନ୍ତି। ୧୧ଟି ହାଇସ୍କୁଲର ପିଲା –ଏ-ଓାନ ଗ୍ରେଡରେ ପାଶ କରିଥିବା ବେଳେ ଜିଲ୍ଲାରେ ଅନ୍ୟ ୬୪ଟି ହାଇସ୍କୁଲରୁ କୌଣସି ପିଲା ଏ-ଓାନ ଗ୍ରେଡରେ ପାଶ କରିନଥିବା ରିପୋର୍ଟରୁ ଜଣାପଡ଼ିଛି। ଜିଲ୍ଲାରେ ପାଖାପଖି ୫୦ ପ୍ରତିଶ୍ରତରୁ ଅଧିକ ସ୍କୁଲ ୫ଟିରେ ସାମିଲ ହୋଇସାରିଥିବା ବେଳେ ଅଧିକାଂଶ ୫ଟି ହାଇସ୍କୁଲର ମ୍ୟାଟ୍ରିକ ପରୀକ୍ଷାରେ ଏ-ଓାନ ଗ୍ରେଡରେ ପାଶହାର ତାଲିକାରେ ନାଁ ନଥିବା ଶିକ୍ଷା ବ୍ୟବସ୍ଥାର ଅସଲ ଚେହେରାକୁ ପଦାରେ ପକାଇଛି।
ହରଭଙ୍ଗା ବ୍ଲକର ୫ଟି ହାଇସ୍କୁଲ ମଧ୍ୟରୁ ହରଭଙ୍ଗା, ପୁରୁଣାକଟକ, ସରସରା, ଚାରିଛକ, ଆଡେଣିଗଡ଼, ରାମଗଡ଼ ଓଏଭିଏମ ମଣିପୁରରୁ କୌଣସି ଜଣେ ବି ପିଲା ଏ-ଓାନ ଗ୍ରେଡରେ ପାଶ କରିନଥିବା ଏକ ଚିନ୍ତାଜନକ ବିଷୟ ହୋଇଛି। ଏହା ଉପରେ ବିଭାଗୀୟ ଉଚ୍ଚକତୃପକ୍ଷ ବିଚାରବିମର୍ଷ କରିବା ସହିତ ୫ଟି ସ୍କୁଲରେ ସାମିଲ ହୋଇଥିବା ସରକାରୀ ସ୍କୁଲଗୁଡିକର ଗୁଣାତ୍ମକ ଶିକ୍ଷାଦାନ ଉପରେ ବିଚାରବିମର୍ଷ କରିବାର ସମୟ ଆସିଛି।ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶିକ୍ଷାବିତ୍ ବୁଦ୍ଧିଜୀବି ମହଲରୁ ଦାବୀ ଉଠୁଛି। ଏ ସର୍ମ୍ପକରେ ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ ଉଦୟନାଥ ମଲ୍ଲିକଙ୍କ ପଚାରିବାରୁ ସେ କହିଲେ ସମୀକ୍ଷା ପାଇଁ ପ୍ରତ୍ୟେକ ହାଇସ୍କୁଲକୁ ରିପୋର୍ଟ ମଗାଯାଇଛି।ରିପୋର୍ଟ ଆସିବା ପରେ ଏହା ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।



