www.samajalive.in
Friday, December 12, 2025
23.1 C
Bhubaneswar

୨୦୨୨ ସୁଦ୍ଧା ଭାରତ ହେବ ବିଶ୍ୱର ଏକାଦଶତମ ଧନୀ ଦେଶ

ନୂଆଦିଲ୍ଲୀ : ୨୦୨୨ ମସିହା ସୁଦ୍ଧା ଭାରତ ବିଶ୍ୱର ଏକାଦଶତମ ଧନୀ ଦେଶ ହୋଇଯିବ। ସେତେ ବେଳକୁ ଦେଶର ବ୍ୟକ୍ତିଗତ ସମ୍ପତ୍ତି ଅଭିବୃଦ୍ଧି ହାର ୧୩% ରହିଥିବ ବୋଲି ଅନୁମାନ କରାଯାଉଛି। ଅର୍ଥାତ ଆଉ ମାତ୍ର ୩ ବର୍ଷ ପରେ ଭାତର ବ୍ୟକ୍ତିଗତ ସମ୍ପତ୍ତି ୩ ଲକ୍ଷ କୋଟି (୩ ଶତପରାର୍ଦ୍ଧ) ଡଲାରରୁ ବୃଦ୍ଧି ପାଇ ୫ ଲକ୍ଷ କୋଟି (୫ ଶତପରାର୍ଦ୍ଧ) ଡଲାରରେ ପହଞ୍ଚିବ। ଅନ୍ତର୍ଜାତୀୟ ସଂସ୍ଥା ବୋଷ୍ଟନ୍‍ କନସଲ୍ଟିଂ ଗ୍ରୁପ୍‍ (ବିସିଜି) ପକ୍ଷରୁ ପ୍ରକାଶିତ ‘ଦ ଗ୍ଲୋବାଲ ୱେଲ୍‍ଥ-୨୦୧୮’ ରିପୋର୍ଟରେ ଏହି ଆଶା ବ୍ୟକ୍ତ କରାଯାଇଛି। ବିସିଜି ରିପୋର୍ଟ ଅନୁସାରେ ୨୦୨୨ ବେଳକୁ ସ୍ୱିଜରଲ୍ୟାଣ୍ଡ, ହଂକଂ, ନେଦରଲାଣ୍ଡ ଏବଂ ତାଇୱାନକୁ ପଛରେ ପକାଇ ଭାରତ ଧନୀ ତାଲିକାରେ ଏକାଦଶତମ ସ୍ଥାନରେ ପହଞ୍ଚିବ। ୨୦୧୨ଠାରୁ ଭାରତର ଚକ୍ରବୃଦ୍ଧି ବାର୍ଷିକ ଅଭିବୃଦ୍ଧି ହାର (ସିଏଜିଆର) ୧୨% ରହିଛି। ୨୦୧୮ରୁ ୨୦୨୨ ମଧ୍ୟରେ ଭାରତର ସିଏଜିଆର ୧୩% ପହଞ୍ଚିବ ବୋଲି ଆକଳନ କରାଯାଇଛି। ଚୀନ ପରେ ଏକମାତ୍ର ଦେଶ ଭାବେ ଭାରତର ସିଏଜିଆର ଅଭିବୃଦ୍ଧି ହାର ଦୁଇ ଅଙ୍କ ବିଶିଷ୍ଟ ରହିଛି। ରିପୋର୍ଟ ଅନୁସାରେ ସମୃଦ୍ଧ, ଉଚ୍ଚ ଶୁଦ୍ଧ ସମ୍ପତ୍ତି (ନେଟ୍‍ ୱର୍ଥ) ଏବଂ ଅଲଟ୍ରା ହାଇ ନେଟୱର୍ଥ ଶ୍ରେଣୀରେ ଭାରତ ହେଉଛି ଏସିଆର ପଞ୍ଚମ ବୃହତ ବଜାର। ଏଠାରେ ସମୃଦ୍ଧ ଲୋକଙ୍କ ସଂଖ୍ୟା ୩ ଲକ୍ଷ ୨୨ ହଜାର ରହିଛି। ଏହି ଶ୍ରେଣୀରେ ୧୦ ଲକ୍ଷ ଡଲାର ପର୍ଯ୍ୟନ୍ତ ସମ୍ପତ୍ତି ଥିବା ଲୋକ ଅନ୍ତର୍ଭୁକ୍ତ ରହିଛନ୍ତି। ଦେଶରେ ହାଇ ନେଟୱର୍ଥର ଧୀନ ଲୋକଙ୍କ ସଂଖ୍ୟା ହେଉଛି ୮୭,୦୦୦। ସେମାନଙ୍କ ସମ୍ପତ୍ତି ୧୦ ଲକ୍ଷ ଡଲାରରୁ ୨ କୋଟି ଡଲାର ମଧ୍ୟରେ ରହିଛି। ଅଲଟ୍ରା ହାଇ ନେଟୱର୍ଥ ଶ୍ରେଣୀରେ ଭାରତର ୪ ହଜାର ଲୋକ ଅଛନ୍ତି। ସେମାନଙ୍କ ସମ୍ପତ୍ତି ୨ କୋଟି ଡଲାରରୁ ଅଧିକ। ତେବେ ବ୍ୟକ୍ତିଗତ ସମ୍ପତ୍ତିରେ ଆମେରିକା ୮୦ ଲକ୍ଷ କୋଟି ଡଲାର ସହ ଶୀର୍ଷରେ ରହିଛି। ୨୦୨୨ ବେଳକୁ ଆମେରିକାର ବ୍ୟକ୍ତିଗତ ସମ୍ପତ୍ତି ୧୦୦ ଲକ୍ଷ କୋଟି ଡଲାର ଟପିଯାଇଥିବ ବୋଲି ଆଶା କରାଯାଉଛି। ଚୀନର ବ୍ୟକ୍ତିଗତ ସମ୍ପତ୍ତି ୨୧ ଲକ୍ଷ କୋଟି ଡଲାର ରହିଛି। ତିନି ବର୍ଷ ବେଳକୁ ଏହା ଦ୍ୱିଗୁଣ ହୋଇ ୪୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆଶା କରାଯାଉଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories