www.samajalive.in
Saturday, December 13, 2025
26.1 C
Bhubaneswar

ରବି ଟକିଜ୍ ଟଙ୍କପାଣି ରୋଡ ପାଇଁ ୨.୬୮ କୋଟି

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ରବି ଟକିଜ୍ ଟଙ୍କପାଣି ରୋଡ ଉନ୍ନତିକରଣ କାର୍ଯ୍ୟ ପାଇଁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି। ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଉଦ୍ୟମରେ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ୨ କିଲୋମିଟର ରାସ୍ତା ପାଇଁ ୨.୬୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ସୁଶାନ୍ତ ରାଉତ, ପ୍ରଣବ ବଳବନ୍ତରାୟ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର କେ ଶାନ୍ତି, ସନ୍ତୋଷ ସିଂ,ଅଜିତ୍ ବେହେରା,ନମିତା ମହାପାତ୍ର,ଶିବ ପ୍ରସାଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଭୁବନେଶ୍ୱର ମହାନଗର ନିଗମ ଦ୍ଵାରା ୧୧ ଲକ୍ଷ ଟଙ୍କାରେ ୱାର୍ଡ ନଂ ୫୬ର ଗଧିଆଖାଲ ଡ୍ରେନ ସହ କଭର ସ୍ଲାବ ଏବଂ ୨୦ ଲକ୍ଷ ଟଙ୍କାରେ ବି ଜେ ବି ନଗରରେ ଏକ ରାସ୍ତା ନିର୍ମାଣ ପାଇଁ ମଧ୍ୟ ମନ୍ତ୍ରୀ ଶ୍ରୀ ପଣ୍ଡା ଭିତ୍ତିପ୍ରସ୍ତର କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories