www.samajalive.in
Saturday, December 6, 2025
14.1 C
Bhubaneswar

ଆମ୍ରପଲ୍ଲୀର ୩ ନିର୍ଦେଶକଙ୍କୁ ଗିରଫ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: ରିଏଲ ଇଷ୍ଟେଟ ବ୍ୟବସାୟରେ ପ୍ରତିଶ୍ରୁତି ମୁତାବକ ଗ୍ରାହକଙ୍କୁ ଜମି ପ୍ରଦାନ କରିବାରେ ବିଫଳ ହେବାରୁ ଆମ୍ରପାଲ୍ଲୀର ୩ଜଣ ନିର୍ଦେଶକଙ୍କୁ ଗିରଫ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ମଙ୍ଗଳବାର ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ୟୁ ୟୁ ଲଲିତଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ପୁଲିସକୁ କୋର୍ଟ ପରିସରକୁ ଡାକି ସଂସ୍ଥାର ନିର୍ଦେଶକ ଅନିଲ କୁମାର ଶର୍ମା, ଶୈବ ପ୍ରିୟା ଓ ଅଜୟ କୁମାରଙ୍କୁ ଗିରଫ କରିବାକୁ ନିର୍ଦେଶ ଦେଇଛନ୍ତି। ଫରେନସିକ୍‍ ଅଡିଟ ଓ ତଦନ୍ତରେ ଆବଶ୍ୟକ ଅନ୍ୟାନ୍ୟ ଦସ୍ତାବିଜ ଉପଲବ୍ଧ ନକରିବା ପର୍ଯ୍ୟନ୍ତ ୩ ନିର୍ଦେଶକ ଗିରଫ ହୋଇ ରହିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ପୂର୍ବରୁ ମଧ୍ୟ ଏହି ମାମଲାର ଶୁଣାଣି କରିବାକୁ ଯାଇ ସୁପ୍ରିମ କୋର୍ଟ ଅଗଷ୍ଟରେ ଆମ୍ରପଲ୍ଲୀର ୩ଜଣ ନିର୍ଦେଶକଙ୍କୁ ତଦନ୍ତରେ ସହଯୋଗ କରିବାକୁ କଡ଼ା ଚେତାବନୀ ଦେଇଥିଲେ। ନଚେତ ସେମାନଙ୍କୁ ବାସହୀନ ହେବାକୁ ପଡ଼ିବ ବୋଲି ଶୁଣାଣିରେ କହିଥିଲେ। ଆଜିର ଶୁଣାଣିରେ ସୁପ୍ରିମ କୋର୍ଟ କହିଛନ୍ତି ଯେ ସଂସ୍ଥାର ନିର୍ଦେଶକମାନେ ଲୋକଙ୍କୁ ଘର ପାଇଁ ନାହି ନଥିବା ଅସୁବିଧାରେ ପକାଇଛନ୍ତି। ଏଥିସହିତ ଗୃହ ପ୍ରକଳ୍ପ ଯଥାଶ୍ରୀଘ୍ର ସମ୍ପୂର୍ଣ୍ଣ କରିବା ସହିତ ଲୋକଙ୍କୁ ବିଦ୍ୟୁତ ସଂଯୋଗ ଦେବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ବିଦ୍ୟୁତ ବିଲ ପୈଠ କରାଯାଇ ନଥିବାରୁ ବିଜୁଳି ଯୋଗାଣକାରୀ ସଂସ୍ଥା ପ୍ରକଳ୍ପର ବିଦ୍ୟୁତ ସରବାରହ କାଟି ଦେଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories