www.samajalive.in
Sunday, December 7, 2025
26.1 C
Bhubaneswar

ଆଜି ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ମତଦାନ ହେବାକୁ ଥିବାବେଳେ ମଙ୍ଗଳବାର ବିରୋଧୀ ଦଳ ନେତା ସାଜିତ ପ୍ରେମଦାସା ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯାଇଛନ୍ତି। ସେ ଅନ୍ୟତମ ପ୍ରାର୍ଥୀ ଡୁଲାସ୍‌ ଆଲାପେରୁମାଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ଏହା ପରେ କାମଚଳା ରାଷ୍ଟ୍ରପତି ଥିବା ୟୁନାଇଟେଡ୍‌ ନ୍ୟାସନାଲ ପାର୍ଟିର ରନିଲ ବିକ୍ରମସିଂ​‌ହେ, ଶ୍ରୀଲଙ୍କା ପୋଡ଼ୁଜନା ପେରାମୁନା ଦଳର ଡୁଲାସ୍‌ ଆଲାପେରୁମା ଓ ଜନତା ବିମୁକ୍ତି ପେରାମୁନେ ଦଳର ଅନୁରା କୁମାର ଦିଶାନାୟ‌େ​‌କ ପ୍ରାର୍ଥୀ ରହିଛନ୍ତି। ଡୁଲାସ୍‌ ପୂର୍ବତନ ଗଣମାଧ୍ୟମ ବ୍ୟକ୍ତିତ୍ବ। ସଂସଦର ୨୨୫ ସଦସ୍ୟ ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବେ। ତିନି ପର୍ଯ୍ୟାୟରେ ସର୍ବାଧିକ ଭୋଟ୍‌ ପାଇଥିବା ପ୍ରାର୍ଥୀ ବିଜୟୀ ହେବେ; କିନ୍ତୁ ସେ ଅଧାରୁ ଅଧିକ ଭୋଟ୍‌ ପାଇଥିବା ଆବଶ୍ୟକ। ମତଦାନ ପାଇଁ ବୁଧବାର ସଂସଦ ଅଧିବେଶନ ବସିବ। ସଂସଦରେ ଶ୍ରୀଲଙ୍କା ପୋଡ଼ୁଜନା ପେରାମୁନା ଦଳର ସର୍ବାଧିକ ସଦସ୍ୟ ଥିବାରୁ ରନିଲ କଡ଼ା ମୁକାବିଲାର ସମ୍ମୁଖୀନ ହେଉଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories