www.samajalive.in
Friday, December 12, 2025
15.1 C
Bhubaneswar

‘ପୂଜ୍ୟପୂଜା ଓଡ଼ିଶା’ ପକ୍ଷରୁ ଜଗନ୍ନାଥ ସଂସ୍କୃତି ଉପରେ ସ୍ମୃତିଚାରଣ, ପୁସ୍ତକ ଉନ୍ମୋଚନ ଓ ଆଲୋଚନା ଚକ୍ର ଅନୁଷ୍ଠିତ

ନିଶ୍ଚିନ୍ତକୋଇଲି: ବ୍ରହ୍ମକ୍ଷେତ୍ର ଜିଗ୍ନିପୁରରେ ‘ପୂଜ୍ୟପୂଜା ଓଡ଼ିଶା’ ପକ୍ଷରୁ ଜଗନ୍ନାଥ ସଂସ୍କୃତି ଉପରେ ସ୍ମୃତିଚାରଣ, ପୁସ୍ତକ ଉନ୍ମୋଚନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପୂଜ୍ୟପୂଜାର ସଭାପତି ବିରଜା ପ୍ରସାଦ ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ବିଶେଷଜ୍ଞ ପର୍ଶୁରାମ ଦ୍ୱିବେଦୀ, ବିଶିଷ୍ଟ ବକ୍ତା ଭାବେ ସ୍ୱାମୀ ଜୀ ବ୍ରହ୍ମଚାରୀ ନରେନ୍ଦ୍ର ଦାସ, ଲେଖିକା ଡ. ଆରତୀ କର, ସମ୍ପାଦକ ରମାକାନ୍ତ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବଳଦେବଙ୍କ ଆଶିଷ ବାଣୀ ପ୍ରଦାନ କରିଥିଲେ । ଏହି ଅବସରରେ ବଳଦେବ ଜୀଉ ଟ୍ରଷ୍ଟ ବୋର୍ଡର ମାନେ ଜିଂ ଟ୍ରଷ୍ଟି ଧୀରେନ୍ଦ୍ର ନାଥ ବେହେରାଙ୍କୁ ରମେଶ ଚନ୍ଦ୍ର ଆଚାର୍ଯ୍ୟ ଓ ଉମେଶ ଚନ୍ଦ୍ର ଆଚାର୍ଯ୍ୟ ସ୍ମୃତି ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି । କାର୍ଯକ୍ରମରେ ଗ୍ରୀନ ଭିଜନ ଅଧ୍ୟକ୍ଷ ବଳରାମ ପାତ୍ର, ବଜାର କମିଟି ସଭାପତି ସନ୍ତୋଷ ପ୍ରଧାନ, ମନ୍ଦିର ମୁଖ୍ୟ ପୂଜକ ହେମନ୍ତ ପଣ୍ଡା, ଯୁବ ସମାଜସେବୀ ଜ୍ଞାନ ରଞ୍ଜନ ରାଉତ, ସାରଦା ଆଚାର୍ଯ୍ୟ, ପଦ୍ମ ଲୋଚନ ଆଚାର୍ଯ୍ୟ, ଦୀପକ ପରିଡା, ମନ୍ଦିର ଟ୍ରଷ୍ଟି ଚୌଧୁରୀ ଅଜୟ କୁମାର ନନ୍ଦ, ରାଜେନ୍ଦ୍ର ମୋହନ କର, ଜ୍ୟୋତି ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆଗକୁ ଜଗନ୍ନାଥ ସଂସ୍କୃତି ଓ ଏହାର ପ୍ରସାର ପ୍ରଚାର ପାଇଁ ସାରା ରାଜ୍ୟ ରେ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ପୂଜ୍ୟ ପୂଜା ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories