www.samajalive.in
Friday, December 12, 2025
15.1 C
Bhubaneswar

ବିଶ୍ଵକର୍ମା ବଢେଇ କୁଳ ଗୌଞ୍ଜୁବଂଶର ଶାଖା ବୈଠକ

ଚିକିଟି: ଚିକିଟି ବ୍ଲକ୍ ପିତାତଳି ଠାରେ ବିଶ୍ଵକର୍ମା ବଢ଼ଢେଇ କୁଳ ଗୌଞ୍ଜୁବଂଶର ଏକ ବୈଠକ ଅସ୍ଥାୟୀ ସଭାପତି ଉଦୟନାଥ ମହାରଣାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ବଂଶର ପରିବାର ତାଲିକା କରି ଦ୍ଵିତୀୟ ସଂସ୍କରଣ ବହି ପ୍ରକାଶ କରିବା ଓ ଆଗାମୀ ମହାସଭାରେ ସ୍ଥାୟୀ ସଭାପତି ଓ କର୍ମକର୍ତ୍ତା ଚୟନ କରିବା ନେଇ ଆଲୋଚନା ହୋଇଥିଲା । ଏଥିରେ ତରାତାରିଣୀ, ସୋରଡା, ହିଞ୍ଜିଳିକାଟୁ, ବ୍ରହ୍ମପୁର, ମହୁରୀ,ପୁର୍ବଖଣ୍ଡ ତାଲୁକାର ବିଭିନ୍ନ ପ୍ରତିନିଧି ଯୋଗଦେଇଥିଲେ ।  ଚିକିଟି ଅଞ୍ଚଳପାଇଁ ରଘୁନାଥ ମହାରଣା ଓ ଲୋକନାଥ ମହାରଣା, ନରସିଂହ ମହାରଣା ପ୍ରତିନିଧି ଚୟନ ହୋଇଥିଲେ । ଗରୀବ ବଢେଇ କାରିଗରକୁ ସରକାରୀ ସହାୟତା ସାଙ୍ଗକୁ ମେଧାବୀ ବଢେଇ ଛାତ୍ରଛାତ୍ରୀଙ୍କୁ କୁଳ ତରଫରୁ ସହଯୋଗକରି  ସହାୟତା କରିବାକୁ ଦୁର୍ଗା ମାଧବ ମହାରଣା ଅନୁରୋଧ କରିଥିଲେ । ବାବୁ ମହାରଣା, ବିଜୟ ମହାରଣା, ହରିବଂଧୁ ମହାରଣା ,ଲଳିତ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିବ ମହାରଣା, ଗୌରାଙ୍ଗ ମହାରଣା, ଚିତ୍ତରଞ୍ଜନ ମହାରଣା, ସଦାନନ୍ଦ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତା ନଭେମ୍ବର ମାସରେ ଗୌଞ୍ଜୁବଂଶର ୬୦୦ପରିବାରଙ୍କୁ ନେଇ ମହାସଭା କରିବାକୁ ସ୍ଥିର କରାଗଲା । ଏହି ସଭାରେ ଅବସରପ୍ରାପ୍ତ ଇଂଜିନିୟର କୋରା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories