www.samajalive.in
Friday, December 12, 2025
15.1 C
Bhubaneswar

କେଜିବିଭିରେ ସୁରକ୍ଷା କମିଟି ଗଠିତ

ଚିକିଟି: ଆଜି ଚିକିଟି ବ୍ଲକ ରାମଚନ୍ଦ୍ରପୁର ସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ଏକ  ସୁରକ୍ଷା କମିଟି ପ୍ରଧାନ ଶିକ୍ଷୟତ୍ରୀ ପ୍ରମିତା ପତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ତହସିଲଦାର ବିଶ୍ୱ ରଞ୍ଜନ କହଁର, ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ, ଚିକିଟି ଗୋଷ୍ଠି ଶିକ୍ଷା ଅଧିକାରୀ ବସନ୍ତ ପଣ୍ଡା, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ, ସ୍କୁଲ ପରିଚାଳନା ସଭାପତି, କେ ନୂଆଗାଁ ଥାନା ପୁଲିସ, ସମଗ୍ର ଶିକ୍ଷାର ଯନ୍ତ୍ରୀ, ରାଜ ଲକ୍ଷ୍ମୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ, ସିଆରସିସି ଅରୁଣ ପଣ୍ଡା, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ, ସ୍ଥାନୀୟ ସରପଞ୍ଚ, ୱାର୍ଡେନ, ଦୁଇଜଣ ଛାତ୍ରୀ ଯଥା ସୁରତି ଶବର ଓ ସ୍ମୃତି ନାଇକ କମିଟିରେ ମନୋନୀତ ହୋଇଛନ୍ତି । ହଷ୍ଟେଲରେ ଯେମିତି ରାଗିଂ ନହେବ, ଝିଅ ମାନେ ଚିକିଟିଗଡ଼ ଯାଇ କିପରି ସୁରକ୍ଷିତ ଭାବେ ପାଠ ପଢି ଫେରିବେ, ଉନ୍ନତ ମାନର ସୁଷମ ଖାଦ୍ୟ , ଶିକ୍ଷା,  ସ୍ୱାସ୍ଥ୍ୟ, ପରିବେଶ ପାଇ ପାରିବା ସହ ପାରିପାର୍ଶ୍ଵିକ ସ୍ଥିତି ଉପରେ ଏହି କମିଟି ତୀକ୍ଷ୍ଣ ନଜର ରଖି ବାଳିକା ମାନଙ୍କ ସାମଗ୍ରୀକ ବିକାଶ ପାଇଁ କାମ କରିବ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories