www.samajalive.in
Friday, December 12, 2025
15.1 C
Bhubaneswar

ରେଳ ସାମଗ୍ରୀ ଚୋରି ସମୟରେ ଧରାପଡିଲା ଚୋର

ସମ୍ବଲପୁର: ସମ୍ବଲପୁର ଠାରେ ରେଳବାଇ ସାମଗ୍ରୀ ଚୋରି ସମୟରେ ଜଣେ ଚୋରକୁ ରେଳବାଇ ପୁଲିସ ଧରିଛି । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ରେଳବାଇ ପୁଲିସର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଦଳ ସମ୍ବଲପୁର ମୁଖ୍ୟ ରେଳ ଷ୍ଟେସନରୁ ଫାଟକ ଓ ସମ୍ବଲପୁର ସିଟି ରେଳ ଷ୍ଟେସନ ମଧ୍ୟରେ ପାଟ୍ରୋଲିଂ ସମୟରେ ସ୍ଥାନୀୟ ନିକଟରେ ଜଣେ ସନ୍ଦିଗ୍ଧ ମୋଟର ସାଇକେଲ ଆରୋହୀଙ୍କୁ ଧରିଥିଲେ । ଫାଟକ ଓ ସମ୍ବଲପୁର ଷ୍ଟେସନ ମଧ୍ୟରେ ଥିବା ଭୂତଳ ପୋଲ ନିକଟରେ ଧରାପଡିଥିବା ଉକ୍ତ ବ୍ୟକ୍ତିଙ୍କ ନିକଟରୁ ପୁଲିସର ଯାଞ୍ଚ ସମୟରେ ଏକ ଧଳା ବ୍ୟାଗରେ ୮ଟି ର୍ସ୍ପିଂ ୱେବ ସୁଇଚ ଜବତ ହୋଇଥିଲା । ଜବତ ହୋଇଥିବା ରେଳବାଇ ସାମଗ୍ରୀର ଆନୁମାନିକ ମୂଲ୍ୟ ୨୪ ଶହ ଟଙ୍କାରୁ ଊର୍ଦ୍ଧ୍ଵ ହୋଇଥିବା ବେଳେ ଗିରଫ ହୋଇଥିବା ଅଭିଯୁକ୍ତ ସ୍ଥାନୀୟ କ୍ଷେତରାଜପୁର ଥାନା ଅର୍ନ୍ତଗତ ପରଦେଶୀପଡା ନିବାସୀ ରାଧେଶ୍ୟାମ ପଟେଲ (୩୧) ଅଟନ୍ତି । ପୁଲିସ ତାଙ୍କ ନିକଟରୁ ଚୋରିରେ ବ୍ୟବହୃତ ମୋଟର ସାଇକେଲ ହିରୋ ସିଡି ଡିଲକ୍ସ (ଓଡି – ୩୧ – ଏଚ – ୧୬୧୫) ଗାଡିକୁ ମଧ୍ୟ ଜବତ କରିଛି । ପୁଲିସ ଚୋର, ଚୋରି ସାମଗ୍ରୀ ଏବଂ ମୋଟର ସାଇକେଲକୁ ଆଣି ରେଳବାଇ ଥାନାରେ ମାମଲା ସଂଖ୍ୟା ୬/୨୦୨୨ ରୁଜୁ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଅଦାଲତକୁ ରବିବାର ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories