www.samajalive.in
Friday, December 12, 2025
15.1 C
Bhubaneswar

ପଞ୍ଚାୟତସ୍ତରୀୟ ଶିଶୁମେଳା ଅନୁଷ୍ଠିତ  

ସମ୍ବଲପୁର: ସମ୍ବଲପୁର ଜିଲାର ନୂଆ ବରଙ୍ଗାମାଲ ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ଧାଧଲୋମୁଣ୍ଡା ଗ୍ରାମ ଠାରେ ପଞ୍ଚାୟତସ୍ତରୀୟ ଶିଶୁମେଳା ପତଙ୍ଗ ଅନୁଷ୍ଠାନର ଯୁବ ସ୍ୱେଚ୍ଛାସେବୀ ଓ କେଏନଏଚର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳରେ ଥିବା ଶିଶୁ ପ୍ରତିଭା ମାନଙ୍କର ସହ ଭାଗିତା ବୃଦ୍ଧି, ଅର୍ନ୍ତନିହିତ ଗୁଣର ବିକାଶ ସହିତ ଗ୍ରାମାଞ୍ଚଳରେ ଯୁବ ସ୍ୱେଚ୍ଛାସେବୀ ମାନଙ୍କର ନେତୃତ୍ୱର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଧାଧଲୋମୁଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ଦେହୁରୀ ଶିଶୁ ମାନେ କିଭଳି ଭାବରେ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ନିଜର ମତ ରଖିବେ, ପତଙ୍ଗର କାର୍ଯ୍ୟକର୍ତ୍ତା ସୂର୍ଯ୍ୟନାରାୟଣ ଦାଶ ଓ ଧ୍ରୁବଚରଣ ନାୟକ ସମସ୍ତ ଶିଶୁ କିପରି ଶିକ୍ଷାରୁ ବଞ୍ଚିତ ନ ରହିବେ ଏବଂ ନିଜର ଅଧିକାରକୁ ସାବ୍ୟସ୍ଥ କରିପାରିବେ ଅଭିଭାବକ ଓ ଅନ୍ୟ ମାନଙ୍କୁ କିପରି ସହଯୋଗ କରିବେ ବିଷୟ ଆଦିରେ ଆଲୋକପାତ କରିଥିଲେ ।

ସେହିଭଳି ପତଙ୍ଗର କାର୍ଯ୍ୟକର୍ତ୍ତା ବିଜୟ ନାୟକ ଗ୍ରାମାଞ୍ଚଳର ଯୁବ ସ୍ୱେଚ୍ଛାସେବୀ ମାନେ କାର୍ଯ୍ୟକ୍ରମରେ ନେତୃତ୍ୱ ନେବେ ସେହି ବିଷୟ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସରକାରୀ ଅନୁଷ୍ଠାନ ଗୁଡିକର ବ୍ୟକ୍ତି ବିଶେଷ, ସ୍ୱେଚ୍ଛାସେବୀ ଓ ଅଞ୍ଚଳବାସୀ ଯୋଗ ଦେଇଥିଲେ । ଏହି ଅବସରରେ ନୂଆ ବରଙ୍ଗାମାଲ ଗ୍ରାମପଞ୍ଚାୟତର ପ୍ରାୟ ୧୫୦ରୁ ଅଧିକ ଶିଶୁ ଯୋଗଦେଇ ନାଚ, ଗୀତ, ଅଭିନୟ ଓ ବକ୍ତୃତା ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଅନିରୁଦ୍ଧ, ଧରଣୀ, ସୁଖଦେବ, ପ୍ରଦୀପ କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳାନାରେ ସକ୍ରିୟ ସହାୟତା କରିଥିବା ବେଳେ ଶେଷରେ ଗଲିନା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories