www.samajalive.in
Sunday, December 14, 2025
26.1 C
Bhubaneswar

‘ଇଣ୍ଡିଆଜ୍ ବେଷ୍ଟ୍ ଡ୍ରାମେବାଜ୍’, ଟ୍ରଫି ବାଜି ମାରିନେଲେ ଦୀପାଲି

ମୁମ୍ବଇ : ଜୀ’ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ‘ଇଣ୍ଡିଆଜ୍ ବେଷ୍ଟ୍ ଡ୍ରାମେବାଜ୍, ସିଜନ୍-୩’ର ଟ୍ରଫି ୧୦ ବର୍ଷୀୟା ଦୀପାଲି ବୋରକର ବାଜିମାତ୍‍ କରିନେଇଛନ୍ତି। ସୂଚନା ଅନୁସାରେ, ଶୋ’ ର ଗ୍ରାଣ୍ଡ୍ ଫିନାଲେ ରବିବାର ଶେଷ ହୋଇଛି। ଏହି ଶୋ’ର ବିଜେତା ସାଜିଛନ୍ତି ପୁଣେର ୧୦ ବର୍ଷର ଝିଅ ଦୀପାଲି ବୋରକର।

- Advertisement -

ଦୀପାଲିଙ୍କୁ ପୁରସ୍କାର ଆକାରରେ ଟ୍ରଫି ସହ ୫ ଲକ୍ଷ ଟଙ୍କା ଦଆଯାଇଛି। ଶୋ’ର ଫାଇନାଲ୍ ରେ ଆଗାମୀ ଚଳଚ୍ଚିତ୍ର ‘ନମସ୍ତେ ଇଂଲଣ୍ଡ୍’ ର ଯୋଡ଼ି ଅର୍ଜୁନ୍ କପୁର ଓ ପରିଣୀତି ଚୋପ୍ରା ଯୋଗ ଦେଇଥିଲେ। ଏହା ସହ ଅଭିନେତା ଆୟୁଷ୍ମାନ୍ ଖୁରାନା ନିଜ ଚଳଚ୍ଚିତ୍ର ‘ଅନ୍ଧାଧୁନ୍’ର ପ୍ରମୋସନ୍ ପାଇଁ ମଧ୍ୟ ମଞ୍ଚରେ ଥିଲେ। ଏହି ଶୋ’ରେ ବିଚାରକର ଭାର ବହନ କରିଥିଲେ ଅଭିନେତା ବିବେକ୍ ଓବରୟ, ଅଭିନେତ୍ରୀ ହୁମା କ୍ୟୁରେସି ଓ ନିର୍ଦ୍ଦେଶକ ଓମଙ୍ଗ୍ କୁମାର୍।
ଦୀପାଲି ଏହି ଶୋ’ର ଖୁବ୍ ଲୋକପ୍ରିୟ ପ୍ରତିଯୋଗୀ ଥିଲେ। ଶୋ’ର ଜଜ୍ ଓମଙ୍ଗ୍ କୁମାର୍ ଦିପାଲୀଙ୍କ ଅଭିନୟରେ ପ୍ରଭାବିତ ହୋଇ ତାଙ୍କୁ ନିଜ ଆଗାମୀ ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ଦେବା ପାଇଁ ମନୋନିତ କରିଛନ୍ତି। ଶୋ’ର ଅନ୍ୟ ପ୍ରତିଯୋଗୀ ଆଞ୍ଜେଲିକା ଓ ରାମୁ ଶ୍ରୀନିବାସ ମଧ୍ୟ ଓମଙ୍ଗ କୁମାରଙ୍କ ଏହି ଚଳଚ୍ଚିତ୍ରରେ କାମ କରିବେ।

Hot this week

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

Related Articles

Popular Categories