www.samajalive.in
Saturday, December 6, 2025
26.1 C
Bhubaneswar

ଗୁଡ଼ର ଉପକାରିତା

ଏବର ଡାଏଟ୍-ଫ୍ରି ସୁଗାର, ବ୍ରାଉନ୍ ସୁଗାରର ଯୁଗରେ ଆମେ ପୁରାତନ ଯୁଗର ମହୌଷଧି ଗୁଡ଼କୁ ପାସୋରିଗଲୁଣି ପ୍ରାୟ। କାଁଭାଁ କେତେକ ପ୍ରାନ୍ତରେ ଏହାର ବର୍ତ୍ତମାନ ବି ବ୍ୟବହାର ହେଉଛି। ଦକ୍ଷିଣ ଭାରତୀୟ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଗୁଡ଼ର ଆଦର ରହିଛି। ନିୟମିତ ଗୁଡ଼ ଖାଇ ପ୍ରାଚୀନ କାଳରେ ଲୋକେ ଏକ ସୁସ୍ଥ ଜୀବନ ଅତିବାହିତ କରୁଥିଲେ। ବର୍ତ୍ତମାନର ଅପମିଶ୍ରଣ ଯୁଗରେ ପ୍ରତ୍ୟେକ ବର୍ଗର ଲୋକ ଦୈନିକ ଗୁଡ଼ ଖାଇବା ଉଚିତ। ବିଶେଷଜ୍ଞଙ୍କ ମତରେ ଗୁଡ଼ ଖାଇଲେ ଶରୀରର ଉଷ୍ଣତା ନିୟନ୍ତ୍ରିତ ରହିବା ସହ ଏହା ଯକୃତକୁ ପରିଷ୍କାର କରିଥାଏ। ଏପରିକି ଶରୀରକୁ ଆବଶ୍ୟକ ଶକ୍ତି ମିଳିବା ସହ ଓଜନକୁ ମଧ୍ୟ ହ୍ରାସ କରାଇଥାଏ।
ଲୌହ ଭରପୂର ଗୁଡ଼ ଖାଇଲେ ମିଠା ଓ ଚିନି ଖାଇବାର ଆଗ୍ରହ କମିଯାଏ ବୋଲି ବିିଭିନ୍ନ ପରୀକ୍ଷାରୁ ଜଣାପଡ଼ିଛି। ବିଶେଷ କରି ନିୟମିତ ଭୋଜନ ପରେ ଅଧ ଚାମଚ ଗୁଡ଼ ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ହିତକାରୀ।
ଆମ ହଜମ ପ୍ରକ୍ରିୟାକୁ ସର୍ବୋତ୍କୃଷ୍ଟ କରିବାରେ ଗୁଡ଼ର ପ୍ରମୁଖ ଭୂମିକା ରହିଛି। ଭଲ ଭାବେ ଖାଦ୍ୟ ହଜମ ନ ହେବା କାରଣରୁ ହିଁ ଓଜନ ବଢ଼ିଥାଏ। ଏଣୁ ଗୁଡ଼ ଖାଇଲେ ଖାଦ୍ୟ ହଜମ ହେବା ସହ ପାକସ୍ଥଳୀକୁ ଭଲଭାବେ କାର୍ଯ୍ୟକ୍ଷମ କରାଏ।
ଯକୃତକୁ ପରିଷ୍କାର କରିବାରେ ଗୁଡ଼ର ଗୁରୁତ୍ବ ଥିବାର ଖାଦ୍ୟ ବିଶେଷଜ୍ଞଙ୍କ ମତ। ମଦ୍ୟପ ବା ନିଶାସେବନ କରୁଥିବା ଲୋକେ ପ୍ରତ୍ୟହ ଗୁଡ଼ ଖାଇବା ଉତ୍ତମ।
ପୋଟାସିୟମ୍ ଭରପୂର ଗୁଡ଼ ଖାଇଲେ ଶରୀରକୁ ଶକ୍ତି ମିଳେ। ଗର୍ଭବତୀମାନେ ନିୟମିତ ଏଇ ଗୁଡ଼ ଖାଇବା ଖୁବ୍ ଭଲ। ଏହା ଗର୍ଭସ୍ଥ ଶିଶୁକୁ ମଧ୍ୟ ପୋଷଣ ଯୋଗାଇଥାଏ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories