www.samajalive.in
Sunday, December 7, 2025
26.1 C
Bhubaneswar

ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ଉଦଘାଟନ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡୁ ପଞ୍ଚାୟତର ଦାନ୍ତଲିଙ୍ଗି ଠାରେ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ (ବସୁଧା)କୁ ଉଦଘାଟନ କଲେ କୋରାପୁଟ  ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା। ଆଜି କୋରାପୁଟ ଲୋକସଭା ସାଂସଦସପ୍ତଗିରି ଶଙ୍କର ଉଲ୍ଲାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଉଦଘାଟନ କରିଥିଲେ। ଏଥିରେ ସରପଞ୍ଚ ଲଛପତି ମିନିଆକା ,ସମିତି ସଭ୍ୟା ସରମିଲା କଣ୍ଡାଗିରି,ନାୟବ ସରପଞ୍ଚ ମେନୁକା ହିମିରିକା, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, କଲ୍ୟାଣସିଂହପୁର ସରପଞ୍ଚ ଗୌତମ ବାର୍ଲ ,କଂଗ୍ରେସ ଦଳୀୟ ବ୍ଲକ ସଭାପତି କୋଟା ସୁରିୟା ରାଓ , ନୀଳମାଧଵ ହିକକା ,ପୂର୍ବତନ ଜିଲାପରିସଦ ସଦସ୍ୟ ଆପୁଲୁସ୍ୱାମୀ କୌଶଲ୍ୟା,ବରିଷ୍ଠ ନେତା ଚନ୍ଦ୍ର ମୌଳି କୁମୁନ୍ଦନ ସମେତ ଦଳୀୟ କର୍ମୀ ନେତା ଉପସ୍ଥିତ ରହିଥିଲେ । ସାଂସଦ ପାଣ୍ଠିରୁ (୪୦୭୦୦୨୨ ଟଙ୍କା ) ୪୦ ଲକ୍ଷ ୭୦ହଜାର ୨୨ ଟଙ୍କା ବ୍ୟୟ କରି ଉକ୍ତ ୫୦ହଜାର ଲିଟର ପାଣି ଟାଙ୍କି ନିର୍ମାଣ କରି ଥିଲେ । ସେହିପରି ଉକ୍ତ ପଞ୍ଚାୟତର ଅଡୁଗୁଡା ଗାଁରେ ମଧ୍ୟ ସାଂସଦ ପାଣ୍ଠିରୁ ସେହି ମୂଲ୍ୟର ଟଙ୍କା ବ୍ୟୟ କରି ପାଣିଟାଙ୍କିକୁ ମଧ୍ୟ ଉଦଘାଟନ କରିଥିଲେ । ଏହି ପଞ୍ଚାୟତରେ ବୈଠକ କରି ଲୋକଙ୍କ ବିଭିନ୍ନ ସମସ୍ୟା  ବୁଝିଥିଲେ ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories