www.samajalive.in
Friday, December 12, 2025
16.1 C
Bhubaneswar

ମାନସ ମହାପାତ୍ର ରତାଗଡ଼ ସେବା ସମବାୟ ସମିତିର ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ବାଙ୍କୀ: ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନ ରତାଗଡ଼ ସେବା ସମବାୟ ସମିତିରେ ସଭାପତି ପଦବୀ ପାଇଁ ସୋମବାର ପାର୍ଥୀପତ୍ର ଦାଖଲ କରାଯାଇଥିଲା। ସୂଚନା ଅନୁଯାୟୀ, ବିଜୁ ଜନତା ଦଳର ସମର୍ଥିତ ସଭାପତି ପ୍ରାର୍ଥୀ ଭାବରେ ମାନସ ମହାପାତ୍ର ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତାଙ୍କର ପ୍ରତିଦ୍ୱନ୍ଦୀ ଭାବରେ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବାରୁ ନିର୍ବାଚନ ଅଧିକାରୀ ତାଙ୍କୁ ନିର୍ଦ୍ବନ୍ଦ୍ବରେ ସଭାପତି ଭାବରେ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି। ତାଙ୍କର ଏହି ସଫଳତାରେ ସଂସାରୀ ସାହୁ, ସଦାଶିବ ବେହେରା, ସୌଦାଗର ସ୍ୱାଇଁ, ଅଯାତି ଚରଣ ସାହୁ, ସ୍ନେହପ୍ରଭା ମହାପାତ୍ର, ପାଣ୍ଡବ ସାହୁ, ଚିତ୍ରକଳା ସାହୁ, ସରୋଜ କୁମାର ସାହୁ, ପ୍ରହଲ୍ଲାଦ ବାରିକ, ନିବେଦିତା ରଣା, ବାବୁଲି ରାଉତ ପ୍ରମୁଖ ନିର୍ବାଚିତ ନିର୍ଦ୍ଦେଶକ ମାନେ ନବନିର୍ବାଚିତ ସଭାପତିଙ୍କୁ ଫୁଲହାର ପ୍ରଦାନ କରି ସ୍ୱାଗତ କରିଛନ୍ତି। ପ୍ରତିକ୍ରିୟାରେ ସଭାପତି ନିଜ ସେବା ସମବାୟ ସମିତିର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶକ ମାନଙ୍କୁ ଅନୁରୂପ ଅଭିନନ୍ଦନ ଜଣାଇ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories