www.samajalive.in
Friday, December 12, 2025
16.1 C
Bhubaneswar

ରୁଚିକାଙ୍କ ଆତ୍ମହତ୍ୟା ରାଗିଂ ନୁହେଁ, ରାଗିଂ ନେଇ କୌଣସି ତଥ୍ୟ ଥିଲେ ଜଣାଇବାକୁ ଅନୁରୋଧ-ଡିସିପି

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ୧୦ଦିନ ବିତି ଯାଇଥିଲେ ବି ପୁଲିସ ହାତ ଖାଲି ରହିଛି। ଗତକାଲି କଲେଜ ଫାଟକ ସମ୍ମୁଖରୁ ରୁଚିକାଙ୍କ ମା’ ଓ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ ନେଇଥିଲା। ଆଜି ରୁଚିକାଙ୍କ ଆତ୍ମହତ୍ୟା ପ୍ରସଙ୍ଗ ନେଇ ଡିସିପି ପ୍ରତୀକ ସିଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ରାଗିଂ ପାଇଁ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି।
ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲାରେ ଆଜି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲାରେ ୧୯୮ ଜଣଙ୍କୁ ପଚରାଉଚରା କରିଛୁ । ରୁଚିକାର ସମ୍ପର୍କୀୟ, ସାଙ୍ଗ ଓ ହଷ୍ଟେଲ ଷ୍ଟାଫଙ୍କୁ ପଚରାଉଚୁରା କରାଯାଇଛି । ରୁଚିକା ରୁମରୁ ଯେଉଁ ମୋବାଇଲ୍ ମିଳିଥିଲା, ତାକୁ ଏବେ ଖୋଲିବାକୁ ଚେଷ୍ଟା କରାଯାଉଛି । ରୁଚିକାଙ୍କ ମୋବାଇଲରୁ ତଥ୍ୟ ସଂଗ୍ରହ କରାଯାଉଛି। ତାଙ୍କ ଡାଟା ଯେପରି ଡିଲିଟ ନହୋଇ ଫୋନ ଖୋଲିବ ସେ ଦିଗରେ ଚେଷ୍ଟା କରୁଛୁ। ସେଥିପାଇଁ ମୋବାଇଲ ଫୋନକୁ ସିଙ୍ଗାପୁର ପଠାଯାଇଛି। ସେଠାରେ ଏହି ମୋବାଇଲରୁ ଡାଟା ରିଟ୍ରିଭ୍ କରିବାକୁ ଚେଷ୍ଟା କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏମିତି କିଛି ତଥ୍ୟ ମିଳିନି ଯାହା କଲେଜରେ ତାଙ୍କୁ ରାଗିଂ ହୋଇଛି ବୋଲି ଦର୍ଶାଯାଇପାରିବ। ଡିସିପି ରାଙ୍କର ଅଫିସର ମାମଲାର ତଦନ୍ତ କରୁଛନ୍ତି। ରୁଚିକାଙ୍କର କଲେଜ ହଷ୍ଟେଲରେ ରାଗିଂ ହୋଇଥିବା ନେଇ ପୁଲିସକୁ କୌଣସି ସୁରାକ୍ ମିଳିନି । ତେବେ ପୁଲିସ ଏହି ମୃତ୍ୟୁ ପଛର ଗୁମର ଖୋଲିବା ପାଇଁ ଏପର୍ଯ୍ୟନ୍ତ ମୋଟ ୧୯୮ ଜଣଙ୍କୁ ପଚରାଉଚୁରା କରିସାରିଲାଣି ବୋଲି ଡିସିପି ସୂଚନା ଦେଇଛନ୍ତି ।
ଅନ୍ୟପଟେ କମିଶନରେଟ୍ ପୁଲିସ ଜାରି କରିଥିବା ମୋବାଇଲ୍ ନମ୍ବର ୭୦୭୭୭୯୮୧୧୧ରେ ଯେ କୌଣସି ବ୍ୟକ୍ତି ରୁଚିକା ମୃତ୍ୟୁ ନେଇ ପୋଲିସକୁ ତଥ୍ୟ ଦେଇପାରିବେ। ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories