www.samajalive.in
Saturday, December 6, 2025
23.1 C
Bhubaneswar

ହିମାଚଳରେ ବିଜେପିକୁ ଝଟ୍‌କା; କଂଗ୍ରେସରେ ଯୋଗଦେଲେ ପୂର୍ବତନ ରାଜ୍ୟ ସଭାପତି ଖିମି ରାମ

ଶିମଳା: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଦଳ ବିଜେପିକୁ ଏକ ବଡ଼ ଧରଣର ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟ ସଭାପତି ଖିମି ରାମ ଶର୍ମା ମଙ୍ଗଳବାର କଂଗ୍ରେସରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀରେ ରାଜ୍ୟ କଂଗ୍ରେସ ପ୍ରଭାରୀ ରାଜୀବ ଶୁକ୍ଲାଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି।

ଖିମି ରାମ କୁଲୁ ଜିଲାରୁ ପ୍ରଥମ ନିର୍ବାଚନ ଲଢିଥିଲେ। ୧୯୯୯ ମସିହାରେ ସେ ଜିଲା ପରିଷଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପରେ ସେ ଜିଲାପରିଷଦ ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ଦୁଇଥର ବିଧାୟକ ହୋଇଥିବା ଖିମିରାମ ଶର୍ମା ବିଜେପିର ରାଜ୍ୟ ସଭାପତି ଦାୟିତ୍ବ ମଧ୍ୟ ତୁଲାଇଛନ୍ତି। ଧୁମଲ ସରକାରଙ୍କ ସମୟରେ ଜଙ୍ଗଲ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। କିନ୍ତୁ ୨୦୧୭ ବିଧାନସଭା ନିର୍ବାଚନରେ ​​ଖିମି ରାମ ଶର୍ମାଙ୍କ ଟିକେଟ କଟିବା ପରେ ସେ ସମ୍ପୂର୍ଣ୍ଣ ଭାବେ ନିରାଶ ହୋଇଥିଲେ। ଏହାପରେ ନା ସରକାର ତାଙ୍କୁ ପଚାରିଥିଲେ ନା ସଂଗଠନରେ କୌଣସି ପଦବୀ ଦିଆଯାଇଥିଲା। ଏଭଳି ପରିସ୍ଥିତିରେ ବର୍ତ୍ତମାନ ସେ କଂଗ୍ରେସରେ ଯୋଗ ଦେଇଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories