www.samajalive.in
Saturday, December 13, 2025
23.1 C
Bhubaneswar

୧୧ବର୍ଷ ପରେ ଆଖଣ୍ଡଳମଣିଙ୍କ ମନ୍ଦିରରେ ବଢିଲା ମାନସିକ କର୍ମ ମହାସୁଲ

ଆରଡି: ଦୀର୍ଘ ୧୧ବର୍ଷ ପରେ ଆଖଣ୍ଡଳମଣିଙ୍କ ମନ୍ଦିରରେ ବିଭିନ୍ନ ମାନସିକ କର୍ମ ମହାସୁଲ ଆଂଶିକ ବୃଦ୍ଧି କରାଯାଇଛି। ମଣିବାବାଙ୍କ ମନ୍ଦିରରେ ବିଭିନ୍ନ ମାନସିକ କର୍ମ ନିମନ୍ତେ ପୃଥକ ପୃଥକ ମହାସୁଲ ପରିମାଣ ରହିଛି। ହେଲେ ଦୀର୍ଘ ୧୧ବର୍ଷ ହେବ ମହାସୁଲ ବୃଦ୍ଧି ପାଇନଥିଲା। ଏପରି ମହାସୁଲ ବୃଦ୍ଧି ନିମନ୍ତେ ଭଦ୍ରକ ଜିଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋରଙ୍କ ନିକଟରେ ସୁପାରିସ କରାଯିବା ପରେ ଆଂଶିକ ବୃଦ୍ଧି ନିମନ୍ତେ ନିଷ୍ପତ୍ତି ନିଆଯାଥିଲା। ଏହି ନୂତନ ମହାସୁଲ ଆସନ୍ତା ଜୁଲାଇ ୧୫ତାରିଖରୁ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଭଦ୍ରକ ଉପଜିଲାପାଳ ତଥା ମନ୍ଦିରଟ୍ରଷ୍ଟି ମନୋଜ ପାତ୍ର କହିଛନ୍ତି। ପୂର୍ବ ଅପେକ୍ଷା ମନ୍ଦିରରେ ବ୍ୟୟ ବୃଦ୍ଧି ପାଇଥିଲେ ମଧ୍ୟ ଆୟ କମ ରହୁଥିଲା। ତେଣୁ ମନ୍ଦିରର ଉନ୍ନତିମୂଳକ କାର୍ୟ୍ୟ ନିମନ୍ତେ ଭକ୍ତଙ୍କ ଦାନ ଓ ମହାସୁଲ ଅର୍ଥରାଶି ଲାଗିଥାଏ। ଏହାକୁ ଦୃଷ୍ଟିରେ ରଖି ଚଳିତ ଶ୍ରାବଣୀ ଯାତ୍ରା ପ୍ରାରମ୍ଭରୁ ଲାଗୁ କରିବା ପାଇଁ ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories