ଖରିଫ ୨୦୨୨ ପାଇଁ ଇନ୍ଦ୍ରାବତୀ ଲିଫ୍ଟ କେନାଲରେ ପାଣି ଛଡ଼ାଗଲା

ମୁଖୀଗୁଡା: ଖରିଫ ୨୦୨୨ ପାଇଁ ଇନ୍ଦ୍ରାବତୀ ଲିଫ୍ଟ କେନାଲରେ ରବିବାର ପାଣି ଛଡ଼ାଯାଇଛି। ଗତ ୬ ତାରିଖରେ ମଙ୍ଗଳପୁର ହାତୀ ବ୍ୟାରେଜରୁ ଇନ୍ଦ୍ରାବତୀ ବାମ ଏବଂ ଡାହାଣ କେନାଲରେ ପାଣି ଛଡ଼ା ଯାଇଥିଲା ।

ଲିଫ୍ଟ କେନାଲ ଯୋଗେ ଜୟପାଟଣା ବ୍ଲକର ୭୬୮.୨ ହେକ୍ଟର, କୋକସରା ବ୍ଲକର ୧୧୩୦୧.୭୧ ହେକ୍ଟର, ଧର୍ମଗଡ଼ ବ୍ଲକର ୬୨୮୪.୮୩ ହେକ୍ଟର, ଜୁନାଗଡ଼ ବ୍ଲକର ୧୯.୯୩ ହେକ୍ଟର ଚାଷଜମିରେ ଜଳସେଚନ ପାଇଁ ଲକ୍ଷ୍ୟ ରଖାଯାଇଛି । ଆଜି ଲିଫ୍ଟ କେନାଲରେ ୨ଟି ମୋଟର ଯୋଗେ ୭.୫କ୍ୟୁମେକ୍ସ ପାଣି ଛଡାଯାଇଛି। ଏହି ଅବସରରେ ଇନ୍ଦ୍ରାବତୀ ଲିଫ୍ଟ କେନାଲ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ ଭୋଇ ଏବଂ ଏଲଆଣ୍ଡଟିର କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.