www.samajalive.in
Friday, December 12, 2025
16.1 C
Bhubaneswar

ବିରଜା ପୀଠରେ ପିତୃପକ୍ଷଙ୍କୁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ଯାଜପୁର: ମା’ବିରଜା କ୍ଷେତ୍ର ଯାଜପୁର ସର୍ବଭାରତୀୟ ସ୍ତରରେ ପ୍ରଚୀନ ଶକ୍ତିପୀଠ । ମନ୍ଦିରରେ ଥିବା ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ପ୍ରଦାନ କରାଯାଇଥାଏ । ପବିତ୍ର ମହାଳୟା ତିଥିରେ ଜିଲାର ବିଭିନ୍ନ ଅଂଚଳ ଓ ରାଜ୍ୟରୁ ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ମାନେ ସମାବେଶ ହୋଇ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ପ୍ରଦାନ କରୁଛନ୍ତି ।ଏହି ପବିତ୍ର ତିଥିରେ ପିଣ୍ଡ ପ୍ରଦାନ କଲେ ୨୧ପୁରୁଷ ପର୍ଯ୍ୟନ୍ତ ଉଦ୍ଧାର ପାଇଥାନ୍ତି ବୋଲି କପିଳ ସଂହିତାରେ ଉଲ୍ଲେଖ ରହିଛି । ଏହି ନାଭିଗୟାରେ ଭଗବାନ ନାରାୟଣ ଗଦାଧର ରୂପ ଧାରଣ କରି ପିଣ୍ଡଦାନର ସାକ୍ଷୀ ରୂପେ ରହିଛନ୍ତି । ଏଠାରେ ପିଣ୍ଡଦାନ କଲେ ପିତୃପୁରୁଷ ସନ୍ତୁଷ୍ଟ ହୁଅନ୍ତି ବୋଲି ଶାସ୍ତ୍ରୀୟ ମତ ରହିଛି । ଆଶ୍ୱିନ ମାସ କୃଷ୍ଣ ପକ୍ଷକୁ ପିତୃପକ୍ଷ ମହାଳୟା କୁହାଯାଏ । ଏହି ମାସର ଅମାବାସ୍ୟା ତିଥିରେ ମହାଳୟା ପିତୃତର୍ପଣ ଓ ମଉଳା ଶ୍ରାଦ୍ଧ ଭାବେ ବେଶ୍ ପ୍ରସିଦ୍ଧ । ତୀର୍ଥ କ୍ଷେତ୍ର ପୂଣ୍ୟତୋୟା ବୈତରଣୀରେ ସ୍ନାନ ତର୍ପଣାଦି କରାଯାଇ ପିତା, ପିତାମହ, ପ୍ରମାତାମୟୀ ପ୍ରଭୂତିଙ୍କ ଉଦ୍ଦେଶ୍ୟରେ ଏହି ନାଭିଗୟାରେ ପିଣ୍ଡ ପ୍ରଦାନ କଲେ ମୋକ୍ଷ ଲାଭ ହୁଏ । ଗୟାତୀର୍ଥ ଭଳି ଏହି ବିରଜା କ୍ଷେତ୍ରର ନାଭିଗୟା ତତୁଲ୍ୟ ବୋଲି ଶାସ୍ତ୍ରୀୟ ମତ ରହିଛି । ଆଜି ପୁର୍ବାହ୍ନରୁ ବହୁ ଶ୍ରଦ୍ଧାଳୁ ମାନେ ସେମାନଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କର୍ମାଣୀ କରି କ୍ଷେତ୍ରେଶ୍ୱରୀ ମା’ବିରଜାଙ୍କ ମୁଖ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ଏହି ନାଭିଗୟାରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମାନେ ଆଜି ପିଣ୍ଡ ପ୍ରଦାନ କରି ଥିବା ପରିଲଖିତ ହୋଇଥିବା ବେଳେ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ମଧ୍ୟ ଯାତ୍ରୀମାନଙ୍କ ପାଇଁ ସମସ୍ତ ସୁବ୍ୟବସ୍ଥା କରାଯାଇଥିବା ଟ୍ରଷ୍ଟି ତଥା ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ସୂଚନା ଦେଇଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories