ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଭାରତ

ଆଜି ଦ୍ବିତୀୟ ଟି-୨୦

ବର୍ମିଂହାମ : ଭାରତ- ଇଂଲଣ୍ଡ ମଧ୍ୟରେ ଆଜି ଦ୍ବିତୀୟ ଟି-୨୦ ମ୍ୟାଚ ଖେଳାଯିବ। ଶୃଙ୍ଖଳାରେ ୧-୦ରେ ଆଗୁଆ ଥିବା ଭାରତୀୟ ଦଳ ଏହି ମ୍ୟାଚ ଜିତି ଶୃଙ୍ଖଳା ଜିତିବାର ଆଶା ରଖିଛି। ପ୍ରଥମ ମ୍ୟାଚକୁ ଭାରତ ସହଜରେ ୫୦ରନରେ ଜିତି ନେଇଥିବାବେଳେ ରୋହିତ ସେନାଙ୍କ ନିକଟରେ ଆଗୁଆ ଶୃଙ୍ଖଳା ଜିତିବା ନେଇ ବଡ ସୁଯୋଗ ରହିଛି। ଦ୍ବିତୀୟ ଟି-୨୦ରେ ଜୋସ୍‌ ବଟ୍‌ଲରଙ୍କ ନେତୃତ୍ବାଧିନ ଘରୋଇ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରିବା ବେଳେ‌ ଭାରତ ଶୃଙ୍ଖଳା ହାତେଇବା ଲକ୍ଷ୍ୟ ନେଇ ଖେଳିବ।
ପ୍ରଥମ ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲା। ବିଶେଷ କରି ହାର୍ଦିକ ପାଣ୍ଡ୍ୟା ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଷନ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା ଓ ହାର୍ଦିକ ପାଣ୍ଡ୍ୟା ବ୍ୟାଟିଂରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ଅକ୍ଷର ପଟେଲ ମଧ୍ୟ ଉପଯୋଗୀ ରନ କରିଥିଲେ। ସୂର୍ଯ୍ୟକୁମାର, ହୁଡା ଓ ହାର୍ଦିକ ଦ୍ରତ ଗତିରେ ରନ କରିଥିଲେ। ବୋଲିଂରେ ମଧ୍ୟ ହାର୍ଦିକଙ୍କ ସହ ପଦାର୍ପଣ କରିଥିବା ଅର୍ଶଦୀପ୍‌ ସିଂହ ଓ ଯୁଜୁବେନ୍ଦ୍ର ଚହଲ ଭଲ ପ୍ରଦର୍ଶନ କରିଥିଲେ। ବିଶେଷ କରି ଅର୍ଶଦୀପ୍‌ଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ଅର୍ଶଦୀପ୍‌ ୩.୩ ଓଭର ବୋଲିଂ କରି ଗୋଟିଏ ମେଡେନ ସହ ୧୮ରନ ଦେଇ ୨ଟି ୱିକେଟ ନେଇଥିଲେ। ଅର୍ଶଦୀପ୍‌ ଡେଥ୍‌ ଓଭରରେ ଚମତ୍କାର ୟର୍କର ବୋଲିଂ କରିଥିଲେ। ପ୍ରଦର୍ଶନକୁ ନେଇ ଅଧିନାୟକ ରୋହିତ ଶର୍ମା ମଧ୍ୟ ସନ୍ତୋଷବ୍ୟକ୍ତ କରିଛନ୍ତି । ଦ୍ବିତୀୟ ଟି-୨୦ରେ ଦଳ ଅପରିବର୍ତ୍ତିତ ସହ ଓହ୍ଲାଇବାର ସମ୍ଭାବନା ରହିଛି।

prayash

ଅନ୍ୟପକ୍ଷରେ ତାରକା ଖେଳାଳିଙ୍କୁ ନେଇ ଗଠିତ ଘରୋଇ ଇଂଲଣ୍ଡ ପ୍ରଥମ ଟି୨୦ରେ ଉଭୟ ବୋଲିଂ ଓ ବ୍ୟାଟିଂରେ ଦୁର୍ବଳ ପ୍ରଦର୍ଶନ କରିଥିଲା। ବୋଲିଂରେ କ୍ରିସ ଜୋର୍ଡାନ ଓ ମୋଇନ୍‌ ଅଲ୍ଲୀଙ୍କୁ ବାଦ୍‌ ଦେଇ ଅନ୍ୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସାମ୍‌ କରନ, ରେସ୍‌ ଟପ୍‌ଲି, ତାଇମିଲ ମିଲ୍‌ସ, ମ୍ୟାଟ ପାର୍କିନସନ ପ୍ରମୁଖ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଦ୍ବିତୀୟ ଟି୨୦ରେ ଦଳ କିଛି ବୋଲିଂରେ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ବ୍ୟାଟିଂରେ ମଧ୍ୟ ଜାସନ ରୟ ,ଅଧିନାୟକ ଜୋସ୍‌ ବଟ୍‌ଲର, ଲିଆମ ଲିଭିଙ୍ଗଷ୍ଟୋନ ବିଫଳ ହୋଇଥିଲେ। ଦାୱିଦ ମାଲାନ, ହ୍ୟାରି ବ୍ରୁକ୍‌ସ, ମୋଇନ୍‌ ଅଲ୍ଲୀ, ରନ କରିଥିଲେ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ଦ୍ବିତୀୟ ଟି୨୦ରେ ଦଳ ବ୍ୟାଟିଂ ବୋଲିଂକୁ ସୁଧାରି ବିଜୟ ହାସଲ କରିବା ସହ ଶୃଙ୍ଖଳାକୁ ସମାନ ସ୍ଥିତିକୁ ଆଣିବା ନେଇ ଉଦ୍ୟମ କରିବ।

kalyan agarbati

Comments are closed.