ତୁମୁଡିବନ୍ଧ ସରସ୍ବତୀ ଶିଶୁ ମନ୍ଦିରରେ ବୃକ୍ଷରୋପଣ

ଫୁଲବାଣୀ: ବୃକ୍ଷ ହିଁ ଜୀବନ । ବୃକ୍ଷ ଯୋଗୁ ସକଳ ଜୀବ ଜଗତର ଅସ୍ତିତ୍ୱ ରହିଛି। ଆଜିର ପ୍ରଦୂଷିତ ପରିବେଶରେ ବୃକ୍ଷ ହିଁ ମାନବ ସମାଜ ପାଇଁ ମହୌଷଧି। ତେଣୁ ଘରେ ଘରେ ଗଛ ଲଗାଇବାର ଆବଶ୍ୟକତା ରହିଛି ବୋଲି ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବୃକ୍ଷରୋପଣ ଅବସରରେ ପ୍ରଧାନ ଆଚାର୍ଯ୍ୟ ତଥା ଶିଶୁ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳ ଶିଶୁମାନଙ୍କୁ ପରାମର୍ଶ ଦେଇଛନ୍ତି ଏଥିସହ ସମସ୍ତ ଶିଶୁ ନିଜ ବାଡ଼ି ବଗିଚାରେ ଗୋଟିଏ ଲେଖାଏଁ ଗଛ ଲଗାଇ ତାର ଯତ୍ନ ନେବାକୁ କହିଥିଲେ। ଶିଶୁମାନେ ପରମ ଆଗ୍ରହରେ ଗୁରୁଜୀ ଗୁରୁମାଙ୍କ ସହ ମିଶି ଗଛ ଲଗାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତିର ସଭାପତି ଶ୍ରୀ ପୁରୁଷୋତ୍ତମ ଲେଙ୍କା, ଗୁରୁଜୀ ଅଭିମନ୍ୟୁ ନାୟକ, ଗୁରୁମା ସସ୍ମିତା ପଣ୍ଡା, ସରସ୍ବତୀ ନାୟକ ପୁଷ୍ପଲତା ନାୟକ ପ୍ରମୁଖ ଗଛ ଲଗାଇଥିଲେ।

Comments are closed.