www.samajalive.in
Monday, December 8, 2025
16.1 C
Bhubaneswar

ଜିଲା ଆଇନସେବା ପ୍ରାଧିକରଣ ତରଫରୁ ବନ ମହୋତ୍ସବ ଓ ଆଇନ ସଚେତନତା ଶିବିର

ନବରଙ୍ଗପୁର: ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ, କଟକର ଆଦେଶକ୍ରମେ ଜିଲା ଆଇନସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ବିଦ୍ୟାନିକେତନ ମହାବିଦ୍ୟାଳୟଠାରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାନିକେତନ ମହାବିଦ୍ୟାଳୟ ପରିସରରେ ୫୦ ଗୋଟି ଫଳଜାତୀୟ ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ, ଶିଶୁ ସୁରକ୍ଷା ଅଧିକାରୀ, ପାରାଲିଗାଲ ସ୍ଵେଚ୍ଛାସେବୀ ଓ ବନ ବିଭାଗର କର୍ମଚାରୀମାନେ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ଦୌରାଜଜ୍ ତଥା ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ସଂଜୀବ ଦୁବେ ଯୋଗ ଦେଇଥିଲେ ଓ ସମସ୍ତଙ୍କ ଉପସ୍ଥିତିରେ ଚାରା ରୋପଣ କରିଥିଲେ। ଅନ୍ୟାନ୍ୟ ଅତିଥି ରୂପେ ଡକ୍ଟର ମୁନ ରାନୀ ମିଶ୍ର, ପରିବାର ବିଚାରବିଭାଗୀୟ ଜର୍ଜ ଡ଼ଃ. ମୁନରାଣୀ ମିଶ୍ର, ଭାରପ୍ରାପ୍ତ ସଚିବ ତଥା ରେଜିଷ୍ଟ୍ରାର, ଜିଲ୍ଲା କୋର୍ଟ ଅପର୍ଣ୍ଣା ମହାପାତ୍ର, ଜିଲା ଶିଶୁଶୁରକ୍ଷା ଅଧିକାରୀ, ସୁରେଶ ଚନ୍ଦ୍ର ପଟନାୟକ, ନବରଙ୍ଗପୁର ବରିଷ୍ଠ ଆଇନଜୀବି ଆଇନଜୀବୀ ଉମା ଶଙ୍କର ତ୍ରିପାଠୀ, ବିଦ୍ୟାନିକେତନ ମହାବିଦ୍ୟାଳୟର ଅଧକ୍ଷ ଅଶୋକ କୁମାର ମହାପାତ୍ର, ମହାବିଦ୍ୟାଳୟର କର୍ମଚାରୀ, ପାରାଲିଗାଲ ସ୍ଵେଚ୍ଛାସେବୀ ପ୍ରମୁଖ ଯୋଗ ଦେଇ ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲା ଆଇନସେବା ପ୍ରାଧିକରଣ ଓ ବନ ବିଭାଗ ପରିଚାଳନା କରାଯାଇଥିଲା । ଚାରା ରୋପଣ କାର୍ଯ୍ୟକ୍ରମ ପରେ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ। ଦୌରାଜଜ୍ ତଥା ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଜୀବ ଦୁବେ ଯୋଗ ଦେଇଥିଲେ । ଅନ୍ୟାନ୍ୟ ଅତିଥି ରୂପେ ପରିବାର ବିଚାର ବିଭାଗୀୟ ଜର୍ଜ ଡକ୍ଟର ମୁନ ରାନୀ ମିଶ୍ର, ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଭାରପ୍ରାପ୍ତ ସଚିବ ତଥା ରେଜିଷ୍ଟ୍ରାର ଜିଲା କୋର୍ଟ, ଅପର୍ଣ୍ଣା ମହାପାତ୍ର, ଜିଲା ଶିଶୁ ଶୁରକ୍ଷା ଅଧିକାରୀ, ନବରଙ୍ଗପୁର ଶ୍ରୀ ପଟ୍ଟନାୟକ ଓ ନବରଙ୍ଗପୁର ଆଇନଜୀବୀ ଉମା ଶଙ୍କର ତ୍ରିପାଠୀ, ରାଜ କିଶୋର ନାଗ ଓ ମିନାକ୍ଷୀ ପାଢୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ଜିଲ୍ଲା ଆଈନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶ୍ରୀ ମହାପାତ୍ର ସଭା ଆରମ୍ଭ କରି ସମସ୍ତଙ୍କୁ ସ୍ଵାଗତ ଜଣାଇଥିଲେ । ମୁଖ୍ୟ ଅତିଥି ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ଶ୍ରୀ ଦୁବେ, ପରିବାର ବିଚାରବିଭାଗୀୟ ଜଜ୍ ଡକ୍ଟର ମିଶ୍ର ଓ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ, ନବରଙ୍ଗପୁର ଶ୍ରୀ ପଟ୍ଟନାୟକ ପୋକ୍ସୋ ଆଇନ, ବାଧ୍ୟତାମୂଳକ ଶିକ୍ଷା ଅଧିକାର ଓ କିଶୋର ପରିଷଦ ଆଇନ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା ।

 

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories