www.samajalive.in
Sunday, December 14, 2025
16.1 C
Bhubaneswar

ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଅମାନୁଷିକ ଗିରଫଦାରୀର ବିରୋଧରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

କଲମପୁର: ବଡ ଖବରର ସମ୍ପାଦକ ତଥା ବରିଷ୍ଟ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଅଗଣତାନ୍ତ୍ରୀକ ଭାବେ ଗିରଫକୁ ନେଇ ରାଜଧାନୀ ରାଜ ରାସ୍ତାରୁ ଗ୍ରାମାଂଚଳ ସବୁଠି ନିନ୍ଦା କରାଯାଉଛି। ଇ.ଓ.ଡବ୍ଲ୍ୟୁର ଏହି ଅମାନୁଷିକତା କାର୍ଯ୍ୟ ନେଇ ସାମ୍ବାଦିକ, ଆଇନଜୀବୀ ଓ ବିଭିନ୍ନ ସଂଗଠନ ତରଫରୁ ନିନ୍ଦା କରାଯାଉଥିବା ବେଳେ ବୁଧବାର କଲମପୁର ବ୍ଲକ ସାମ୍ବାଦିକ ସଂଘର ଆହ୍ୱାନରେ ସମସ୍ତ ଆଇନଜୀବୀ, ବିଭିନ୍ନ ସଂଗଠନର ନେତୃମଣ୍ଡଳୀ ସ୍ଥାନୀୟ କାଳୀକୃଷ୍ଣ ମନ୍ଦିର ପରିସରରେ ଏକତ୍ରୀତ ହେଇ ଇ.ଓ.ଡବ୍ଲ୍ୟୁର ଅଗଣତାନ୍ତ୍ରୀକ ଗିରଫଦାରୀକୁ ବିରୋଧ କରାଯାଇ ତୁରନ୍ତ ଏହାର ସୁବିଚାର ଦାବି ନେଇ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବି.ଡି.ଓ ପ୍ରଶନ୍ନ କୁମାର ପଟେଲଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସାମ୍ବାଦିକ ଶ୍ରୀ ଦାସଙ୍କୁ ମୁକ୍ତ କରାଯିବା ନେଇ ଦାବି କରାଯାଇଛି। ବରିଷ୍ଟ ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡା ଏହାର ପରିଚାଳନା କରିଥିବା ବେଳେ ବରିଷ୍ଟ ନେତା ବିଜୟ କୁମାର ପଣ୍ଡା, ପୂର୍ବତନ ସମିତି ଅଧ୍ୟକ୍ଷ ବିପିନ ପ୍ରଧାନୀ, ବଡକୁଟୃ ସରପଂଚ ଗଣେଷ ଚନ୍ଦ୍ର ପଣ୍ଡା, ଆଇନଜୀବୀ ଶ୍ରୀକାନ୍ତ ବେମାଲ, ବିକାଶ ରଞ୍ଜନ ଠାକୁର, ସମ୍ବାଦିକ ଚକ୍ରଧର ନାଏକ, ଗଣେଷ ରାମ ବାଗ, ଶିବ ପ୍ରସାଦ ମହାରଣା, ସୁରେନ୍ଦ୍ର ନାଏକ,ପରମାନନ୍ଦ ଠାକୁର, ରଞ୍ଜନ କୁମାର ସାହୁ, ଦର୍ଶନ ଗୁପ୍ତା ପ୍ରମୁଖଙ୍କ ସମେତ ବହୁ ବୁଦ୍ଧିଜୀବୀ, ଆଇନଜୀବୀଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତା ମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ, ବିଧାୟକ ଓ ସାସଂଦ ମାନେ ହତ୍ୟା, ନାରୀ ଧର୍ଷଣ ଓ ନାରୀ ନିର୍ଯ୍ୟାତନା ଭଳି ସଙ୍ଗିନ ଅଭିଯୋଗରେ ଥିବା ବେଳେ ଅନେକ ନେତା ଚିଟଫଣ୍ଡ ରୁ ନିରୀହ ଲୋକଙ୍କୁ ସର୍ବ ଶାନ୍ତ କରି ଥିଲେ ମଧ୍ୟ ଇ.ଓ.ଡବ୍ଲ୍ୟୁ ସେମାନଙ୍କ ଛାଇକୁ ମାଡି ପାରୁନଥିବା ବେଳେ ଗଣତନ୍ତ୍ରର ୪ର୍ଥ ସ୍ତମ୍ବ କୁହାଯାଉଥିବା ଗଣମାଧ୍ୟମର ଜଣେ ପ୍ରତିନିଧିଙ୍କୁ ରାତି ଅଧିଆ ଅମାନୁଷିକ ଭାବେ ଗିରପ କରାଯିବା ଅନ୍ୟାୟ ବୋଲି ବରିଷ୍ଟ ନେତା ବିଜୟ କୁମାର ପଣ୍ଡା ମତବ୍ୟକ୍ତ କରିଛନ୍ତି। ତେଣୁ ତୁରନ୍ତ ଅର୍ଦ୍ଧେନ୍ଦୁ ଦାସଙ୍କୁ ନିଃସ୍ୱର୍ତ ଭାବେ ମୁକ୍ତ କରାଯିବା ନେଇ ଦାବି କରିଛନ୍ତି। ଅର୍ଦ୍ଧେନ୍ଦୁ ଙ୍କୁ ଗିରଫ କରିବା ଅର୍ଥ ଲୋକଙ୍କ ସ୍ୱରକୁ ଚାପି ଦେବାର ସରକାରଙ୍କ ଏକ ହୀନ ପ୍ରୟାସ ବୋଲି ବିପିନ ପ୍ରଧାନୀ ମତବ୍ୟକ୍ତ କରିଛନ୍ତି। ଗଣମାଧ୍ୟମର ଏଭଳି କଣ୍ଠରୋଧ ନିନ୍ଦନୀୟ ତେଣୁ ତୁରନ୍ତ ସରକାର ନିଜର ତୃଟି ସୁଧାରନ୍ତୁ ବୋଲି ବରିଷ୍ଟ ନେତା ଗଣେଷ ଚନ୍ଦ୍ର ପଣ୍ଡା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories