www.samajalive.in
Sunday, December 14, 2025
26.1 C
Bhubaneswar

ବଘିଆପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବୌଦ୍ଧ : ବଘିଆପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟାମାନେ ଏକ ଶୋଭାଯାତ୍ରାରେ ବଘିଆପଡା ଗ୍ରାମ ଏବଂ ସାପ୍ତାହିକ ବଜାର ଭ୍ରମଣ କରିଥିଲେ। ହାତରେ ପ୍ଲାକାର୍ଡ ସହିତ ବିଭିନ୍ନ ସ୍ଲୋଗାନ ଦେଇ ବୃକ୍ଷର ଉପକାରିତା ଓ ସୁରକ୍ଷା ସଂପର୍କରେ ସଚେତନ କରାଯିବା ସହିତ ବନ ମହୋତ୍ସବର ଆବଶ୍ୟକତା ପ୍ରତି ଲୋକଙ୍କର ଧ୍ୟାନ ଆକର୍ଷଣ କରାଯାଇଥିଲା।

 

- Advertisement -

ବନ ବିଭାଗ ଏବଂ ଇକୋ କ୍ଲବ ପକ୍ଷରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ସାଧାରଣ ବଗିଚା ସହ େଔଷଧିୟ ଉଦ୍ୟାନ ଓ ପରିବା ଉଦ୍ୟାନରେ ମଧ୍ୟ ଚାରା ରୋପଣ କରାଯାଇଥିଲା। ଫରେଷ୍ଟର ଏମ ପ୍ରସାଦ ରାଓ, ବନରକ୍ଷୀ ସୁଶାନ୍ତ ସାହୁ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷ ରୋପଣ ତାଲିମ ପ୍ରଦାନ କରିଥିଲେ। ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନ,ପୂର୍ବତନ ସଭାପତି ନିରଞ୍ଜନ ପ୍ରଧାନ,ଶିକ୍ଷକ ସତ୍ୟାନନ୍ଦ ଦନାୟକ, କୁମୁଦିନୀ ମଲିକ, ବିଥିକା ସାମନ୍ତରାୟ, ମାଳତୀ ହରିପାଲ, ଦୀପାଞ୍ଜଳୀ ମଲିକ ପ୍ରମୁଖ ବୃକ୍ଷ ରୋପଣରେ ସକ୍ରିୟ ସହଯୋଗ କରିଥିଲେ। ଏହି ଅବସରରେ ଗ୍ରାମବାସୀମାନଙ୍କୁ ଚାରା ବଣ୍ଟନ କରାଯାଇଥିଲା।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories