ଫୁଲବାଣୀ: ଦାରିଙ୍ଗବାଡ଼ି ତହସିଲଦାର ଚାର୍ଲେସ ନାୟକ ବୁଧବାର ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜମି ପଟ୍ଟା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପ୍ରଦାନ କରିଛନ୍ତି। ୧୮୮୭ ମସିହାରୁ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟର ଆଜି ପର୍ଯ୍ୟନ୍ତ ନିଜର ଜମି ପଟ୍ଟା ସରକାରୀ ଭାବେ ରେକର୍ଡ ଭୁକ୍ତ ହୋଇନଥିଲା। ଦୀର୍ଘ ବର୍ଷ ଧରି ରହିଥିବା ଏହି ସ୍କୁଲର ମୋଟ ଜମି ୨ ଏକର ୧୯୧ ଆର ଜମିର ଜମି ପଟ୍ଟା ଆଜି ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଦେଶୀ ନାୟକଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ତହସିଲଦାର ଚାର୍ଲେସ ନାୟକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କିଛି ସମୟ ପାଠ ପଢ଼ାଇଥିଲେ। ସେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟ ବାବଦରେ ପଚାରି ଥିବା ବେଳେ ଛାତ୍ରଛାତ୍ରୀମାନେ ଅନେକ ପ୍ରଶ୍ନର ସଠିକ ଭାବେ ଉତ୍ତର ପ୍ରଦାନ କରିଥିଲେ ଯାହାକୁ ନେଇ ତହସିଲଦାର ଖୁସି ପ୍ରକାଶ କରିଥିଲେ।
Popular Categories



