www.samajalive.in
Sunday, December 14, 2025
15.1 C
Bhubaneswar

ଅଶାନ୍ତ ଗଜରାଜ, ଚାଷବାସ ଛାଡି ଆତଙ୍କିତ ଆଦିମ ଆଦିବାସୀ

ଗୁଣପୁର: ଵଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଆମ ରାୟଗଡା ଜିଲ୍ଲା। କାହିଁ କେତେ ଯୁଗରୁ ଏହି ପାହାଡ଼, ପର୍ବତ ଓ ଜଙ୍ଗଲ ଅଞ୍ଚଳରେ ବାସ କରନ୍ତି ଆଦିବାସୀ ଜନଜାତି। ଜଙ୍ଗଲ ଓ ପାହାଡ଼ ସେମାନଙ୍କ ଭାତହାଣ୍ଡି । ଜଙ୍ଗଲ ଜାତ ଦ୍ରବ୍ୟ ଓ ପାହାଡରୁ ଝରି ଆସୁଥିବା ଝରଣା ପାଣିରେ ପ୍ରାକୃତିକ ଉପାୟରେ ଚାଷକରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି ଏହି ଆଦିମ ଆଦିବାସୀମାନେ। କିନ୍ତୁ ବର୍ତ୍ତମାନ ସଵୁ ଵନ୍ଦ କାରଣ ଅସାନ୍ତ ହୋଇ ଉଠିଛନ୍ତି ଛଅ ଟିକିଆ ହାତିପଲ।

ଆଜକୁ ପ୍ରାୟ ନଅ ମାସ ହେଲା ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି ହାତୀପଲ। ଏପର୍ଯ୍ୟନ୍ତ ତିନି ଜଣଙ୍କର ଜୀବନ ନେଇଥିବା ବେଳେ ଅନେକ ଘରଦ୍ଵାର ଭାଙ୍ଗି ନଷ୍ଟ କଲେଣି। ଏ ଅଞ୍ଚଳରେ ଯାହା ଚାଷବାସ ହେଉଛି ତାକୁ ମଧ୍ୟ ଦଳିଚକଟି ନଷ୍ଟ କରିଦେଉଛନ୍ତି। ଫଳରେ ଘରୁ ବାହାରି ନପାରି ଵନ୍ଦି ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ଗୁଣପୁର ବ୍ଲକ ଟଲଣା ପଞ୍ଚାୟତ ଅନ୍ତର୍ଗତ ଅଢାସର, ସିଞ୍ଜାସ୍ରିଙ୍ଗ, ଅଣ୍ଡ୍ରୁଗୁଡା, ପାତିଲି, ଵଡମସିଙ୍ଗ, ଡିଙ୍ଗାଖୋଲ, ତୁମ୍ବୁଡା ଗ୍ରାମର ଗ୍ରାମବାସୀ। ଚଳିତ ଖରିଫ ଋତୁରେ ବିଳମ୍ବିତ ବର୍ଷା ଯୋଗୁଁ ଧାନ ତଳି ପକାଇବାରେ ଵିଳମ୍ବ ହୋଇଥିଲା, ଏଵେ ଧାନ ତଳି ରୋଇବା ଉପଯୋଗୀ ହେଲା ଵେଳକୁ ଦାଉ ସାଧିଲେ ଗଜରାଜ। ସଵୁ ଧାନ ତଳି ଦଳିଚକଟି ନଷ୍ଟ କରିଵା ସହ ଘରଦ୍ଵାର ଭଙ୍ଗି ଦେଲେ। ପାହାଡରେ ଲାଗିଥିବା କଦଳୀ ଓ ପନିପରିବା ମଧ୍ୟ ନଷ୍ଟ କରିଦେଉଛନ୍ତି।

- Advertisement -

ଫଳରେ ମର୍ମାହତ ହୋଇ ଗ୍ରାମବାସୀମାନେ ଆଜି କୃଷି ଅଧିକାରୀଙ୍କୁ କ୍ଷତିପୂରଣ ଦାବିରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ ଏବଂ ବନ ବିଭାଗ ମୂଖ୍ୟ ରେଞ୍ଜର ରଞ୍ଜନ କୁମାର ମହାନ୍ତିଙ୍କୁ ମଧ୍ୟ ଅନୁରୂପ ଦାବିପତ୍ର ପ୍ରଦାନ କରିଛନ୍ତି। ରେଞ୍ଜର ରଞ୍ଜନ ମହାନ୍ତିଙ୍କ ମୁତାବକ ଟଲଣା ଅଞ୍ଚଳରେ ହାତୀପଲ ପାଇଁ ଉପଯୁକ୍ତ ପରିବେଶ ଥିବାରୁ, ମୁଖ୍ୟତଃ ଏ ଅଞ୍ଚଳରେ ବର୍ଷସାରା ପାଣିର ସୁବିଧା ରହୁଥିଵାରୁ ହାତିପଲ ଏଅଞ୍ଚଳରେ ରହିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଵନ କର୍ମଚାରୀମାନେ ଦିନ ରାତି ହାତିପଲର ଗତିବିଧି ଲକ୍ଷ୍ୟ କରୁଛନ୍ତି ଏବଂ ହାତୀପଲ ଦ୍ଵାରା ନଷ୍ଟ ହୋଇଥିବା ଫସଲ ଓ ଭାଙ୍ଗିରୁଜି ଯାଇଥିବା ଘରର କ୍ଷତିପୂରଣ ତୁରନ୍ତ ପ୍ରଦାନ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ କେତେଦିନ? ଆଉ କେତେ ଦିନ ଚାଷବାଷ ଓ ଜୀବିକା ଛାଡି ହାତ ଵାନ୍ଧି ଵସିରହିଵେ କ୍ଷତିପୂରଣ କୁ ଚାହିଁ? ପିଲାଙ୍କ ପାଠପଢା, ସଉଦା ଓ ଚିକିତ୍ସା ପାଇଁ ଅଞ୍ଚଳବାସୀ ଗୁଣପୁର ସହର ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଏହି ହାତୀ ଆତଙ୍କ ପାଇଁ ଘରୁ ବାହାରି ପାରୁନଥିବା କହିଛନ୍ତି ଗ୍ରାମବାସୀ। ତେଵେ କେଵେ ଏହି ଗଜରାଜଙ୍କ ଠାରୁ ନିସ୍ତାର ମିଳିଵ ଓ ଏହି ଆଦିବାସୀମାନେ ସ୍ବଇଚ୍ଛାରେ ଚାଷବାସ କରିବାକୁ ସମର୍ଥ ହେବେ ଦେଖିବାକୁ ବାକି ରହିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories