www.samajalive.in
Sunday, December 14, 2025
26.1 C
Bhubaneswar

ମାଝୀପଡା ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ମହୋତ୍ସବ ପାଳିତ ହୋଇଯାଇଛି। ସମାଜ ତରଫରୁ ଚାଲିଥିବା ସେବା ଓ ସେବକ ସପ୍ତାହ ପାଳନ ଅବସରରେ ଚଟୁଅନକା ଗ୍ରାମର ଜବାହରଲାଲ ନେହେରୁ ଆଦିବାସୀ କ୍ଳବ ଓ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ବନ ମହୋତ୍ସବରେ କଣ୍ଟାବାଞ୍ଜି ବନାଞ୍ଚଳ ରେଞ୍ଜର ଶ୍ରଦ୍ଧାଦେବ ବଡମାଳୀ ଓ ବନ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ। ପ୍ରକୃତିବନ୍ଧୁ ତଥା ପ୍ରଧାନଶିକ୍ଷକ ବିରଞ୍ଚି ନାରାୟଣ ଦାଶ ସର୍ବ ପ୍ରଥମେ ଚଳିତ ବର୍ଷ ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ଅନୁଷ୍ଠାନ ଜବାହରଲାଲ ନେହେରୁ ଆଦିବାସୀ କ୍ଳବର ସଭାପତି ସହଦେବ ମାଝୀଙ୍କୁ ଉପଢୌକନ ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ। ତାପରେ ବିଦ୍ୟାଳୟ ପରିସରରେ ଆମ୍ବ, ପିଜୁଳି, ଜାମୁକୋଳି, ଲିମ୍ବ, କରଞ୍ଜ ଆଦି ବୃକ୍ଷ ରୋପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଥମିର ଛତ୍ରିଆ, କିଶୋର ବରିହା, ଦେବକୀ ତାଣ୍ଡୀ, ଜନକ ମାଝୀ, ବିଶିକେଶନ ମାଝୀ, ରୂପା ମାଝୀ, ଗୋବିନ୍ଦ ମାଝୀ, ସୁବାଷ ମାଝୀ, ନନ୍ଦ ମାଝୀ, ରାଜ ମାଝୀ, ଜନ ଦାସ, ରାଏସିଂ ପୁଟେଲ,ପଦମନ ମାଝୀ, ମୁଖରାମ ମାଝୀ, ଦେବଚନ ମାଝୀ, ତପନ ମାଝୀ, ମୋହନ ମାଝୀ, ଲୁଚନେ ମାଝୀ, ଅଞ୍ଜଳି ପରାଭୁଏ, ଅଗସ୍ତି ମାଝୀ, ଛିନେ ମାଝୀ, ଲଳିତା ପୁଟେଲ, ଜୟନ୍ତୀ କୈବର୍ତ୍ତ ଆଦି ସହଯୋଗ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories