www.samajalive.in
Saturday, December 13, 2025
26.1 C
Bhubaneswar

ଖୁଣ୍ଟୁଣୀ ଡିଗ୍ରୀ ମହାବିଦ୍ୟାଳୟରେ ବନମହୋତ୍ସବ

ଗୁରୁଡ଼ିଝାଟିଆ: ବୃକ୍ଷ ହିଁ ଜୀବନ। ବିଶ୍ୱକୁ ଉତପ୍ତ ବଳୟ ଭିତରୁ ରକ୍ଷା କରି ଏକ ସନ୍ତୁଳିତ ପରିବେଶ ଗଠନ ଦିଗରେ ସବୁଜିମାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବନମହୋତ୍ସବ ଦିବସ ଉପଲକ୍ଷେ ଆୟୋଜିତ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଙ୍କ ପ୍ରତିନିଧି ରଞ୍ଚନ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପରୋକ୍ତ ମତପ୍ରକାଶ କରିବା ସହ ଚାରା ରୋପଣ କରିଥିଲେ। ଗୋପବନ୍ଧୂ ନର୍ସିଂ କଲେର ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ, ସାମ୍ବାଦିକ ଶ୍ୱେତକାନ୍ତ ବେହେରା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବୃକ୍ଷ ଆମ ଆଧ୍ୟାତ୍ମିକ ଚେତନା ସହିତ ଜଡିତ। ସେଥିପାଇଁ ଆମ ସମାଜ ବ୍ୟବସ୍ଥା ଓ ସଂସ୍କୃତିରେ ବୃକ୍ଷକୁ ପୂଜା କରାଯାଇଥାଏ। ସୁସ୍ଥ, ସନ୍ତୁଳିତ ପରିବେଶ ଗଠନ କରି ଉତ୍ତର ପିଢି ପାଇଁ ବଂଚିବାର ରାହା ଯୋଗାଇଦେବା ଆମ କର୍ତ୍ତବ୍ୟ ବୋଲି ବିଦ୍ୟାର୍ଥୀମାନଙ୍କୁ କହିବା ସହ ବୃକ୍ଷରୋପଣ କରିଥିଲେ।

ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଶଶିଭୂଷଣ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା କୁନ୍ତଳା ବେଉରାୟ ,ପୁରୁଷ ବିଭାଗର ଅଧ୍ୟାପକ ନିରଞ୍ଜନ ପତ୍ରୀ ଓ ଦିପ୍ତୀରଞ୍ଜନ ବାରିକ, ବିଦ୍ୟାର୍ଥୀମାନଙ୍କୁ ନେଇ ପରିବେଶ ସୁରକ୍ଷା,ସବୁଜ ବନାନୀ ସୃଷ୍ଟି ଉଦ୍ଦେଶ୍ୟରେ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୋ କଲେଜ ଅଭିଯାନର ମୁଖ୍ୟ ଅଧ୍ୟାପକ ଜିତେନ୍ଦ୍ର କୁମାର ପ୍ରଧାନ, ମନୋରଞ୍ଜନ ମହାନ୍ତି ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories