www.samajalive.in
Tuesday, December 9, 2025
16.1 C
Bhubaneswar

କଲମପୁର ଗ୍ରୀନ ଭେଲି ଏକୋଡେମି ତରଫରୁ ବନ ମହୋତ୍ସବ ପଥପ୍ରାନ୍ତ ସଚେତନତା ସଭା ଅନୁଷ୍ଠିତ

କଲମପୁର: ଜୁଲାଇ ପହିଲାରୁ ଆରମ୍ଭ ହେଇଛି ବନ ମହୋତ୍ସବ ସପ୍ତାହ । ଏହି ଅବସରରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ଓ ଜଙ୍ଗଲ ସୁରକ୍ଷାକୁ ନେଇ ଅନେକ ସଚେତନାତ ସଭା ଓ ଶୋଭାଯାତ୍ରା ଜାରି ରହିଛି । କଲମପୁର ଗ୍ରୀନ୍‌ ଭେଲି ଏକାଡେମୀ ତରଫରୁ ସୋମବାର ଦାସିଗାଁ ଠାରେ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ବନାଂଚଳ ଅଧିନସ୍ଥ କଲମପୁର ବନପାଳଙ୍କ ସହଯୋଗରେ ଏକ ସଚେତନତା ପଥପ୍ରାନ୍ତ ସଭା ଓ ଶୋଭାଯାତ୍ରା ଆୟୋଜିତ ହେଇଯାଇଛି ।

ପରିବେଶ ପାଇଁ ଜଙ୍ଗଲ ସୃଷ୍ଟି । ସୃଷ୍ଟି ପାଇଁ ଜଙ୍ଗଲ । ଜଙ୍ଗଲ ଖାଦ୍ୟ ଓ ଅମ୍ଳଜାନ ଯୋଗାଉଛି । ଆଉ ଜଙ୍ଗଲ ପାଇଁ ବଦଳୁଛି ଋତୁଚକ୍ର । ବର୍ଷା ପାଇଁ ଜଙ୍ଗଲ ସୃଷ୍ଟିର ନିତାନ୍ତ ଅବଶ୍ୟକ । ଜଙ୍ଗଲ ବିନା ସୁସ୍ଥ ପରିବେଶ ସମ୍ଭବ ନୁହେଁ । ମୂର୍ତ୍ତିକା ସଂରକ୍ଷଣ କରିବାକୁ ହେଲେ ଗଛର ଆବଶ୍ୟକତା ରହିଛି । ସେହିଭଳି ତାପାମାତ୍ରା ନିୟନ୍ତ୍ରଣ କରିବାକୁ ହେଲେ ଜଙ୍ଗଲ ସୃଷ୍ଟିର ଆବଶ୍ୟକତା ରହିଛି । ତେଣୁ ଗଛର ଅନ୍ୟ ନାମ ଜୀବନ । ଏଭଳି ଏକ ବାର୍ତ୍ତା ଦେବାକୁ ଯାଇ କଲମପୁର ଗ୍ରୀନ ଭେଲି ଏକାଡେମୀ ତରଫରୁ ଦାସିଗାଁ ଠାରେ ଛାତ୍ରଛାତ୍ରୀଙ୍କୁ ନେଇ ସଚେତନାତା ଶୋଭାଯାତ୍ରା ସହ ଏକ ସଚେତନତା ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା ।

- Advertisement -

ଏକାଡେମୀର ଅଧ୍ୟକ୍ଷ ଏରେମିୟାସ ୱାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପଥପ୍ରାନ୍ତ ସଚେତନତା ସଭାରେ ସମାଜସେବୀ ଦୀପ୍ତି ନାରାୟଣ ପ୍ରହରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଥିଲେ । କଲମପୁର ବନପାଳ ଭୁବନେଶ୍ୱର ବେହେରା, ବରିଷ୍ଟ ପତ୍ରକାର ସୁନ୍ଦର ମୋହନ, ବନରକ୍ଷୀ ଲଳିତ ନାଏକ ଏବଂ ସୁରେନ୍ଦ୍ର ଶବର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହେଇଥିଲେ । ଏ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବନ ସୁରକ୍ଷା ଓ ବୃକ୍ଷ ରୋପଣ ନେଇ ସଚେତନ ଧର୍ମୀ ନାଟକ ମଂଚସ୍ଥ କରାଯାଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories