www.samajalive.in
Sunday, December 14, 2025
14.1 C
Bhubaneswar

ଫିରିଙ୍ଗିଆ ଶଙ୍ଖ କ୍ଷେତ୍ରରେ ଧୁମଧାମରେ ପାଳିତ ହେଲା ମହାପ୍ରଭୁଙ୍କ ଘୋଷଯାତ୍ରା

ଫିରିଙ୍ଗିଆ: ପ୍ରତିବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରା ଧୁମଧାମରେ ପାଳିତ ହୋଇଛି। କୋଭିଡ କଟକଣା ଯୋଗୁଁ ଗତ ୨ବର୍ଷ ରଥଯାତ୍ରା ବନ୍ଦ ରହିଥିଲା। କିନ୍ତୁ ଚଳିତ ବର୍ଷ କଟକଣା କୋହଳ ଥିବାରୁ ହଜାର ହଜାର ଭକ୍ତଙ୍କ ଗହଣରେ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ପାଳନ କରାଯାଇଛି। ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ କାଳିଆ ପଣ୍ଡା ଓ ଅନ୍ୟାନ୍ୟ ପଣ୍ଡା ପରିହାରି ସେବାୟତ ଓ ଫିରିଙ୍ଗିଆ ବ୍ଲକ ନିର୍ବାହୀ ଯନ୍ତ୍ରୀ ଲିଙ୍ଗରାଜ ପାତ୍ର ଛେରା ପହରା ଦାୟିତ୍ୱ ତୁଲାଇ ଥିବା ବେଳେ ରଥଯାତ୍ରା ପରିଚାଳନା କମିଟି ସଭାପତି, ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ମାଉସୀ ମାଁ ମାର୍କେଟ ସଭାପତି ଅଭୟ କହଁର ସମ୍ପାଦକଙ୍କ ସହ ସମସ୍ତ ସଦସ୍ୟ, ମହାକାଳ ସ୍ବେଛାସେବୀ ସଂଗଠନ, ବ୍ଲକ ପ୍ରଶାସନ, ଫିରିଙ୍ଗିଆ ବ୍ଲକର ନିର୍ବାଚିତ ପ୍ରତିନିଧି ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ଓ ପରି ଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ରଥଯାତ୍ରା ପାଳିତ ହୋଇଛି।

ରୀତି ନୀତି ଅନୁଯାୟୀ ଜଗନ୍ନାଥ ମନ୍ଦିର ଠାରୁ ପହଣ୍ଡି ସହ ରଥ ରୂଢ କରି ବ୍ଲକ ଛକ ମାଉସୀ ମାଁ ମନ୍ଦିର ପର୍ୟ୍ୟନ୍ତ ତିନି ଠାକୁରଙ୍କୁ ଭକ୍ତଙ୍କ ଗହଣରେ ଅଣାଯାଇଥିଲା। କାର୍ୟ୍ୟକ୍ରମରେ ଅନୁଗୁଳରୁ ଆସିଥିବା ଘଣ୍ଟ, ଗୋପାଳମାନଙ୍କ ବାଡ଼ି ଖେଳ, ନଦିଆ କୀର୍ତନ ସହ ଅନ୍ୟାନ୍ୟ କାର୍ୟ୍ୟକ୍ରମ କରାଯାଇ ଥିଲା। କାର୍ୟ୍ୟକ୍ରମରେ ଜନସଂଖ୍ୟା ଗହଳି ଦୃଷ୍ଟିରେ ରଖି ଫିରିଙ୍ଗିଆ ପୋଲିସ ଦ୍ୱାରା ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓ ନିଜେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ତା ତଦାରଖ କରିଥିଲେ। ଅନ୍ୟପଟେ ବ୍ଲକ ପ୍ରଶାସନ ତରଫରୁ ଖୋଦ ଫିରିଙ୍ଗିଆ ବିଡ଼ିଓ ରଶ୍ମିରଞ୍ଜନ ମହନ୍ତ ଉପସ୍ଥିତ ଥିବା ବେଳେ ପୂର୍ବତନ ପରିବହନ ଓ ଯୋଜନା ସମନ୍ୱୟ ମନ୍ତ୍ରି ପଦ୍ମନାଭ ବେହେରା ଓ ତାଙ୍କ ଧର୍ମପତ୍ନୀ ତଥା ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରି ବିଷ୍ଣୁପ୍ରିୟା ବେହେରା ଉପସ୍ଥିତ ଥିଲେ। ଚଳିତ ବର୍ଷ ଏହି ରଥ ଯାତ୍ରା ଉପଲକ୍ଷେ ମାଉସୀ ମା ମାର୍କେଟ ପୁଜା କମିଟି ତରଫରୁ ରଥଯାତ୍ରା ପାଇଁ ନିୟୋଜିତ ହୋଇ ଥିବା ସମସ୍ତ ସେବାୟତ ସରକାରୀ ଅଧକାରୀମାନଙ୍କୁ ସମ୍ମାନିତ କରାଯିବା ସହ ଏକ ଶୋଭାଯାତ୍ରାରେ ଆସି ରଥରୁଡ଼ ଠାକୁରଙ୍କୁ ରୀତି ନୀତି ଅନୁସାରେ ପୂଜାପାଠ କରାଯାଇଥିବା ବେଳେ କମିଟିର ସଞ୍ଜୟ କୁମାର ଡିଗାଲ, ଚନ୍ଦ୍ରମୋହନ ନାୟକ, କଂସଦେବ ସାହୁ ଏହାର ନେତୃତ୍ୱ ନେଇଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories