www.samajalive.in
Sunday, December 7, 2025
13.1 C
Bhubaneswar

କନ୍ଧମାଳରେ ସେବା ଓ ସେବକ ସପ୍ତାହର ତୃତୀୟ ଦିନ

ଫୁଲବାଣୀ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧୋତ୍ସବ ଅବସରରେ ‘ସମାଜ’ ଓ ଲୋକ ସେବକ ମଣ୍ଡଳ ପକ୍ଷରୁ ଚାଲିଥିବା ସେବା ଓ ସେବକ ସପ୍ତାହର ତୃତୀୟ ଦିନରେ କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ପ୍ରେମଝରୀ ଗ୍ରାମଠାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ସହଯୋଗରେ ପ୍ରେମଝରୀ ଗ୍ରାମର ଶ୍ରୀକୃଷ୍ଣ ଯୁବକ ସଂଘ ପକ୍ଷରୁ ଗ୍ରାମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟାଜନ କରାଯାଇଥିବା ବେଳେ ଏଥିରେ ଯୁବକ ସଂଘର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ସମେତ ବହୁ ଗ୍ରାମବାସୀ ମଧ୍ୟ ସାମିଲ୍‍ ହୋଇଥିଲେ। ସେହିଭଳି ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନଙ୍କୁ ବିଭିନ୍ନ ସଚେତନ କରାଯିବା ସହିତ ଏକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ କଣ୍ଠେଶ୍ୱର ମଲିକ, ସୁରେନ୍ଦ୍ର ବେହେରା ଓ ଶିକ୍ଷୟତ୍ରୀ ସବିତା କହଁର ପରିଚାଳନା କରିଥିଲେ।

ସେହିଭଳି ସମାଜ ଜିଲା ପ୍ରତିନିଧି ଅଶୋକ ମହାନ୍ତି, ନେହେରୁ ଯୁବକେନ୍ଦ୍ର ସହକର୍ମୀ ସତ୍ୟବାନ ଦଳବେହେରା ଓ ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଚାସେବୀ ଚନ୍ଦ୍ରମଣି ଦେହୁରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ସଚେତନତା କାର୍ଯ୍ୟକ୍ରମ ଓ ସଫେଇ କାର୍ଯ୍ୟକ୍ରମରେ ଯୁବକ ସଂଘର ସଭାପତି ଅଲୋକ କୁମାର ମଲିକ ଓ ସଂପାଦକ ଗୋଲକ ମଲିଙ୍କ ସମତେ ସମସ୍ତ ସଦସ୍ୟମାନେ ସାମିଲ୍‍ ହୋଇଥିଲେ। ସଫେଇ ଓ ଶପଥ ପାଠ ପରେ ପରେ ଗ୍ରାମ ମଣ୍ଡପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷକ, ଶିକ୍ଷୟତ୍ରୀ ଓ ଯୁବକ ସଂଘର କର୍ମକର୍ତ୍ତାଙ୍କ ସମେତ ଗ୍ରାମବାସୀମାନେ ସାମିଲ୍‍ ହୋଇ ଆଲୋଚନା ଚକ୍ରରେ ସାମିଲ୍‍ ହୋଇଥିଲେ। ପ୍ରେମଝରୀ ଗ୍ରାମରେ ଗଠିତ ହୋଇଥିବା ଏହି ଯୁବକ ସଂଘ ପକ୍ଷରୁ ବିଭିନ୍ନ ସମୟରେ ନିଜ ଅଞ୍ଚଳରେ ବୃକ୍ଷରୋପଣ, ବିଭିନ୍ନ ପ୍ରକାର ଖେଳକୁଳ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସହିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ବିିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories