ରେଙ୍ଗାଲି ଅଞ୍ଚଳରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରେଙ୍ଗାଲି: ଓଡ଼ିଶାର ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ଗୁରୁବାର ସମ୍ବଲପୁରରୁ ରେଙ୍ଗାଲି ବ୍ଲକ ଅଞ୍ଚଳ ଗସ୍ତରେ ଆସିଥିବା ବେଳେ ବ୍ଲକର ବିଭିନ୍ନ ସ୍ଥାନରେ ଦଳୀୟ ନେତା, କର୍ମୀ ଏବଂ ସମର୍ଥକମାନଙ୍କ ପକ୍ଷରୁ ମନ୍ତ୍ରୀଙ୍କୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମନ୍ତ୍ରୀ ଶ୍ରୀ ପୂଜାରୀ ଜିଲ୍ଲାପରିଷଦ ଅଧ୍ୟା କୁମୁଦିନି ନାଏକ, ବରିଷ୍ଠ ନେତା ସଞ୍ଜୟ ବାବୁଙ୍କ ସହିତ ରେଙ୍ଗାଲି ତହସିଲ ଛକକୁ ପହଞ୍ଚିବା ମାତ୍ରେ ସେଠାରେ ବିଜେଡି ଜିଲ୍ଲା ସମ୍ପାଦକ ଏମ୍‍.ବି ସତ୍ୟମ୍‍ ଜିଲ୍ଲାପରିଷଦ ସଭ୍ୟ ଦେନାରାୟଣ ତିଓାରୀ, ପ୍ରକାଶ ପୋଦ୍ଦାର, ଚିନ୍ତା ବାଗ, ବିଶ୍ୱକେଶନ ବିଶ୍ୱାଲ ପ୍ରମୁଖଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଦଳୀୟନେତା ଓ କର୍ମୀ ମନ୍ତ୍ରୀଙ୍କୁ ସ୍ୱାଗତ କରି ରେଙ୍ଗାଲି ବସ୍‍ ଷ୍ଟାଣ୍ଡକୁ ରୋଡ୍‍ ଶୋରେ ପାଛୋଟି ଆଣିଥିଲେ।

ବସଷ୍ଟାଣ୍ଡରେ ଆୟୋଜିତ ସଭା ସ୍ଥଳକୁ ପହଞ୍ଚିବା ଅବସର ରେ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଯୁବନେତା ତିଳକ ବାଗ, ବରିଷ୍ଠ ନେତା ଶଶିଭୂଷଣ ସାହୁ, ପୂର୍ବତନ ବିଧାୟକ ରମେଶ ପଟୁଆ, ଜୟରଥ ବିଶ୍ୱାଲ, ଅକ୍ଷୟ ବାରିକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଅଞ୍ଜଳି ପଧାନ, ସନ୍ତୋଷ ନାଏକ, ତନ୍ମୟୀ ବିଶ୍ୱାଲ, ରମେଶ ମାହାଣା, ହେମନ୍ତ ବିଶ୍ୱାଲ ପ୍ରମୁଖଙ୍କ ନେତୃତ୍ୱରେ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଭାରେ ଉପସ୍ଥିତ ଦଳିୟ ନେତା, କର୍ମୀ ଓ ସମର୍ଥକମାନଙ୍କୁ ଉଦବୋଧନ ଦେଲା ପରେ ଖିଣ୍ଡା ଅଭିମୁଖେ ଯାତ୍ରା କଲା ବେଳେ ପୁରୁଣାବସ୍ତିରେ ରେଙ୍ଗାଲି ଗ୍ରାମ ପଞ୍ଚାୟତ ପକ୍ଷରୁ ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗ, ବ୍ଲକ ଉପାଧ୍ୟକ୍ଷ ସ୍ୱାତୀ ବେହେରା, ନାଏବ ସରପଞ୍ଚ ସନ୍ଧ୍ୟାରାଣୀ କିସାନ ସମେତ ସମସ୍ତ ୱାର୍ଡ ସଭ୍ୟ ଏବଂ ଗ୍ରାମବାସୀ ମନ୍ତ୍ରୀଙ୍କୁ ସ୍ୱାଗତ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଗଣେଶନଗର ଏବଂ ରାମଚନ୍ଦ୍ରନଗର ଠାରେ ମଧ୍ୟ ମନ୍ତ୍ରୀଙ୍କୁ ଦଳୀୟ କର୍ମୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଲପଙ୍ଗାଠାରେ ଲପଙ୍ଗା ସରପଞ୍ଚ ମମତା ବେହେରା, ଯୁବନେତା ଟିକେଶ ବେହେରା, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ଗୁରୁ, ପୂର୍ବତନ ସମିତି ସଭ୍ୟା ସରସ୍ୱତୀ ନେଟୀ ପୂର୍ବତନ ସରପଞ୍ଚ ଅଜିତ ପ୍ରଧାନ, ନିର୍ମଳ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ପୂଜାରୀ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡାକୁ ପହଞ୍ଚି ମହାନ୍‍ ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଅବସରରେ ସେଠାରେ ଛାତ୍ର ବିଜେଡି ସଭାପତି ବାବୁଲୁ ରାଉତ, ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ପଧାନ, ସମିତି ସଭ୍ୟା ଅନିତା ସିଂହ, ନାଏବ ସରପଞ୍ଚ ଲାଲ୍‍ ବୀରେନ୍ଦ୍ର ପ୍ରତାପ ସାଏ, ମନବୋଧ ବିଶ୍ୱଲ ପ୍ରମୁଖଙ୍କ ନେତୃତ୍ୱରେ ଶ୍ରୀ ପୂଜାରୀଙ୍କୁ ସ୍ୱଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଠାରେ ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ପୂଜାରୀ ସମବେତ କର୍ମୀ ଏବଂ ସମର୍ଥକମାନଙ୍କୁ ଉଦବୋଧନ ଦେଇଥିଲେ। ଏହାପରେ ଶିକ୍ଷାମନ୍ତ୍ରୀ ଠେଲକୋଲୋଇ ଏବଂ ଲପଙ୍ଗା ହାଇସ୍କୁଲ ପରିଦର୍ଶନ କରିଥିଲେ। ଉଭୟ ସ୍କୁଲରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Comments are closed.