ଆଠଗଡ଼: ଆଠଗଡ଼ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ମଧ୍ୟରୁ ଗ୍ରାହକଙ୍କର ମୋବାଇଲ ଫୋନ ୨ଜଣ ଲୁଟିଆ ଲୁଟ କରିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ କାବୁ କରିଥିବା ବେଳେ ଅନ୍ୟଜଣେ ଫେରାର ହୋଇଯାଇଥିଲା। ପୁଲିସ କନେଷ୍ଟବଳ କ୍ଷୀରୋଦ ଚନ୍ଦ୍ର ବେହେରା ସେଠାରେ କର୍ତ୍ତବ୍ୟରତ ଥିବା ବେଳେ ଗ୍ରାହକଙ୍କ ମୋବାଇଲ ଫୋନ ଲୁଟ କରୁଥିବା ଜଣେ ଯୁବକଙ୍କୁ କାବୁ କରିନେଇଥିଲେ। କାବୁ ହୋଇଥିବା ଯୁବକଙ୍କ ଠାରୁ ଗୋଟିଏ ଫୋନ ଉଦ୍ଧାର କରାଯାଇଥିବାବେଳେ ଆଉ ଏକ ଫୋନ ଅନ୍ୟ ଲୁଟିଆ ନେଇ ସେଠାରୁ ଚମ୍ପଟ ମାରିଥିଲା। ଧରାପଡ଼ି ଗିରଫ ହୋଇଥିବା ଲୁଟିଆ ତାର ନିଜର ନାମ ଅଶୋକ ଆଉଲ ଏବଂ ତାର ଘର ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳରେ ବୋଲି କହୁଥିବାବେଳେ ପୁଲିସ ତଦନ୍ତ ଜାରି ରଖିଥିବା ଉପନିରୀକ୍ଷକ ବିଶ୍ୱଜିତ୍ ଜେନାଙ୍କ ସୁତ୍ରରୁ ପ୍ରକାଶ।
Popular Categories



