www.samajalive.in
Friday, December 12, 2025
15.1 C
Bhubaneswar

ଦେବୀ ମନ୍ଦିରରୁ ଅଳଙ୍କାର ଲୁଟିଲେ ଦୁର୍ବୁତ୍ତ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୮ନମ୍ବର ୱାର୍ଡ଼ ଓଟିଏମ୍‍ ପଡ଼ିଆସ୍ଥିତ ବ୍ୟଘ୍ରବାହିନୀ ମନ୍ଦିରରୁ ସୋମବାର ରାତିରେ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ମନ୍ଦିର ପରିଚାଳାନା କମିଟି ସଭାପତି ସତ୍ୟ ନାରାୟଣ ଦାସ ଥାନାରେ କରିଥିବା ଅଭିଯୋଗରୁ ପ୍ରକାଶ ଯେ ମଙ୍ଗଳବାର ସକାଳେ ମନ୍ଦିର ପୂଜକ ଦେବୀଙ୍କ ପୂଜା କରିବା ପାଇଁ ଆସି ମନ୍ଦିର ଗେଟ ତାଲାଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଦୁର୍ବୁତ୍ତମାନେ ମନ୍ଦିର ଭିତରେ ପଶି ଦେବୀଙ୍କ ଅଳଙ୍କାର ସହିତ ରୂପା ମୁକୁଟ ଓ ଦାନବାକ୍ସ ଚୋରେଇ ନେଇଥିବା ପୂଜକ ଦେଖିବାକୁ ପାଇଥିଲେ। ଖୋଜାଖୋଜି ପରେ ଦାନ ବାକ୍ସଟି ଖୋଲାହୋଇ ମନ୍ଦିରର ଅନତି ଦୂରରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଖବରପାଇ ଚୌଦ୍ୱାର ପୁଲିସ୍‍ ତଦନ୍ତକାରୀ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ କିଛିଦିନ ତଳେ ଦୁର୍ବୁତ୍ତ ମାନେ ଅନୁରୂପ ଭାବେ ମନ୍ଦିରର ତାଲା ଭାଙ୍ଗି ମନ୍ଦିର ଦାନବାକ୍ସକୁ ନେଇଯାଇ ମନ୍ଦିର ବେଢ଼଼ାରେ ପକାଇ ଦେଇଥିଲେ। ଉଭୟ ଚୋରି ସ୍ଥାନୀୟ କୌଣସି ଦୁର୍ବୁତ୍ତଦ୍ୱାରା କରାଯାଇଥିବା ପୁଲିସ ସନ୍ଦେହ କରୁଛି।ମନ୍ଦିର ବେଢ଼଼ା ଓ ଏଥି ସଂଳଗ୍ନ ରାସ୍ତାରେ ଆଲୋକ ବ୍ୟବସ୍ଥା ନଥିବାରୁ ସଂଧ୍ୟାପରେ ମନ୍ଦିର ଓ ଏହାର ଚତୁର୍ପାଶ୍ୱ ଅନ୍ଧାର ରହୁଥିବାରୁ ସେଠାରେ ଅସାମାଜିକଙ୍କ ଆଡ୍ଡା ଜମିବା ସହିତ ମନ୍ଦିରରୁ ବାରମ୍ବାର ଚୋରି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରି ତୁରନ୍ତ ମନ୍ଦିର ଚତୁର୍ପାଶ୍ୱରେ ଆଲୋକ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories