www.samajalive.in
Sunday, December 14, 2025
16.1 C
Bhubaneswar

କେନ୍ଦ୍ର, ଓଡ଼ିଶା ସମେତ ଚାରି ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ପ୍ରକଳ୍ପର ପରିବେଶ ମଞ୍ଜୁରୀ ଅନିୟମିତତା ପ୍ରସଙ୍ଗରେ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ପୋଲାଭରମ ପ୍ରକଳ୍ପ ପ୍ରାଧିକରଣ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ଼ ଏବଂ ତେଲେଙ୍ଗାନା ରାଜ୍ୟକୁ ନୋଟିସ ଜାରି କରିଛନ୍ତି। ମାମଲାର ଗୁରୁତ୍ୱ ଦୃଷ୍ଟିରୁ ସ୍ୱତନ୍ତ୍ର ଭାବେ ବିଚାର କରିବା ପାଇଁ ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି।

ଶୁକ୍ରବାର ମାମଲାର ଶୁଣାଣି ବେଳେ ଆବେଦନକାରୀ ତେଲେଙ୍ଗାନାର ଏନଜିଓ ‘ରେଲା’ର ଓକିଲ ଶ୍ରବଣ କୁମାର ଦର୍ଶାଇଥିଲେ ଯେ ପୋଲାଭରମ ପ୍ରକଳ୍ପର ପରିବେଶ ମଞ୍ଜୁରୀ ବେଳେ ସମସ୍ତ ନୀତିନିୟମକୁ ଉଲ୍ଲଙ୍ଘନ କରାଯାଇଛି। ପରିବେଶ ମଞ୍ଜୁରୀ ପ୍ରଦାନ ପୂର୍ବରୁ ପରିବେଶ ପ୍ରଭାବ ସଂପର୍କରେ ସଠିକ୍‍ ଆକଳନ କରାଯାଇ ନାହିଁ। ଡ୍ୟାମର ଉଚ୍ଚତା ବୃଦ୍ଧିର ପ୍ରଭାବ ନେଇ ମଧ୍ୟ ଅନୁଧ୍ୟାନ କରାଯାଇ ନାହିଁ। ପ୍ରକଳ୍ପ ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି କରାଯାଇ ନାହିଁ ଅଥବା ବିସ୍ଥାପିତଙ୍କୁ ଧାର୍ଯ୍ୟ କ୍ଷତିପୂରଣ ମିଳି ନାହିଁ। ଜାତୀୟ ପ୍ରକଳ୍ପ ନାମରେ ସମସ୍ତ ନୀତିନିୟମକୁ ଉଲ୍ଲଙ୍ଘନ କରି ୨୦୧୯ ସୁଦ୍ଧା ପ୍ରକଳ୍ପ ସଂପୂର୍ଣ୍ଣ କରିବା ପାଇଁ କେନ୍ଦ୍ର ଓ ଆନ୍ଧ୍ରପ୍ରଦେଶ ସରକାର ଉଦ୍ୟମ କରୁଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ତୁରନ୍ତ ହସ୍ତକ୍ଷେପ କରି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ଆଡଭୋକେଟ ଶ୍ରବଣ କୁମାର ନିବେଦନ କରିଥିଲେ। ପୋଲାଭରମ ନେଇ ବିଚାରାଧୀନ ଓଡ଼ିଶା ବନାମ ଆନ୍ଧ୍ରପ୍ରଦେଶ ଓରିଜିନାଲ ସୁଟ ୨୦୦୭ ମାମଲାରେ ଏହି ଆବେଦନକୁ ସଂଲଗ୍ନ କରି ଉଭୟ ମାମଲାକୁ ଏକତ୍ର ଶୁଣାଣି କରିବାକୁ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଭୟ ମାମଲାର ତଥ୍ୟ ଏବଂ ପ୍ରସଙ୍ଗ ଭିନ୍ନ ହୋଇଥିବାରୁ ସ୍ୱତନ୍ତ୍ର ଭାବେ ପରିବେଶ ମଞ୍ଜୁରୀ ଅନିୟମିତତା ସଂକ୍ରାନ୍ତ ‘ରେଲା’ର ଆବେଦନ ଶୁଣାଣି କରାଯିବ ବୋଲି ବିଚାରପତି ମଦନ ବି ଲୋକୁର ସ୍ପଷ୍ଟ କରିଥିଲେ। ପୂର୍ବରୁ ବିବାଦୀୟ ପୋଲାଭରମ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଅରିଜିନାଲ ସୁଟ ବିଚାରାଧୀନ ଥିବା ଦର୍ଶାଇ ଜାତୀୟ ଗ୍ରୀନ ଟ୍ରାଇବୁନାଲଙ୍କ ଦିଲ୍ଲୀସ୍ଥିତ ପ୍ରଧାନ ପୀଠ ‘ରେଲା’ ଆବେଦନର ଶୁଣାଣି କରିବାକୁ ଗତ ନଭେମ୍ବର ୧୭ରେ ମନା କରିଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories